କମର୍ଦ୍ଧା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗ୍ରାମାଞ୍ଚଳର ଭିତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି। ଏନେଇ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଶନିବାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ସରପଞ୍ଚ ସୁଶିଲା ନାଏକଙ୍କ ସଭାପତିତ୍ୱରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହିତ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଉପସ୍ଥିତ ଜନ ସାଧାରଣଙ୍କୁ ସଚେତନତା କରାଇଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ନାଗରିକ ହରିଶ୍ଚନ୍ଦ୍ର ବୁଦ୍ଧିଆ, ନାଏବ ସରପଞ୍ଚ ପିତାମ୍ବର ପୁଟେଲ, ଆଦିବାସୀ ନେତା ଦୁତିଆ ମାଝୀ, ମଧୁମହେଶର ବୁଦ୍ଧିଆ ଉଚ୍ଚ ବିଦ୍ୟାଳୟ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବିମ୍ବାଧର ଭୋଇ, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ମିଡ଼ିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ସାଧାରଣ ସଂପାଦକ ଗୋପାଳ ଦାସ ମହାନନ୍ଦ ସିଆରସିସି ପ୍ରକାଶ ଚନ୍ଦ୍ର ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି ଭଗବାନ ମାଝୀଙ୍କ ସମେତ ବହୁ ଜନ ପ୍ରତିନିଧି, ମହିଳା ଓ ପଞ୍ଚାୟତର ଜନ ସାଧାରଣମାନେ ଉପସ୍ଥିତ ରହି ଲୋକଙ୍କୁ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ମାନ ଖୋଲି ବିଭିନ୍ନ ସୁବିଧା ସମ୍ପର୍କରେ ଅଧିକାରୀମାନେ ଲୋକଙ୍କୁ ସଚେତନ କରିଥିଲେ। ଶେଷରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଲୋକନୃତ୍ୟ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିବାବେଳେ କମର୍ଦ୍ଧା କାର୍ଯ୍ୟନିର୍ବାହୀ ଅଧିକାରୀ ମହାଦେବ ସୁନାନୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମ ରୋଜଗାର ସେବକ ପ୍ରଦ୍ୟୁମ୍ନ ସାହୁ, ଯୋଗାଣ ସହାୟକ ମିଲନ କୁମାର ମିଶ୍ର ସୁଶାନ୍ତ ପଟ୍ଟନାୟକଙ୍କ ସମେତ ପଞ୍ଚାୟତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.