ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ସାହୁ ସମାଜ ଭବନ ଠାରେ ଶନିବାର ସନ୍ଥ ମାତା ରାଜିମ ଜୟନ୍ତୀ ମହୋତ୍ସବ ପାଳିତ ହୋଇ ଯାଇଛି। ନୂଆପଡା ଜିଲ୍ଲା ସାହୁ ସମାଜ ସଭାପତି ଦେବଧର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାଶ, ସ୍ୱତନ୍ତ୍ର ଅତିଥି ଭାବେ ଛତିଶଗଡ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାହୁ, ବିଶିଷ୍ଠ ଅତିଥି ଭାବେ ଛତିଶଗଡ ରାଜ୍ୟ ସାହୁ ସମାଜ ପ୍ରଦେଶ ସଭାପତି ଟହଲ ସିଂ ସାହୁ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ମହାଶମୁନ୍ଦ ସାଂସଦ ଚୂନ୍ନିଲାଲ ସାହୁ, ଛତିଶଗଡ ରାଜ୍ୟ ଗ୍ରାମୀଣ ବିଧାୟକ ମୋତିଲାଲ ସାହୁ, ଛତିଶଗଡ କସଢୋଲ ବିଧାୟକ ସନ୍ଦୀପ ସାହୁ, ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ଛତିଶଗଡ ପ୍ରଦେଶ ସାହୁ ସମାଜ ଉପାଧ୍ୟକ୍ଷ ଖିଲାବାନ ସାହୁ, ଛତିଶଗଡ ପ୍ରଦେଶ ମହିଳା ଅଧକ୍ଷା ମୋହନ କୁମାରୀ ସାହୁ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଖରିଆର ରୋଡ ନଗର ଅଧକ୍ଷା ସୋନିଆ ଅଗ୍ରୱାଲ ପ୍ରମୁଖ ସମ୍ମିଳନୀ ଅତିଥି ଭାବେ ଯୋଡ଼ି ଦେଇ ମଂଚାସୀନ ଥିଲେ। ଛତିଶଗଡ ରାଜ୍ୟ ତ୍ରିବେଣୀ ସଙ୍ଗମ ନଦୀ କୂଳରେ ଅବସ୍ଥିତ ରାଜିମ ଠାରେ ପ୍ରତିବର୍ଷ ଜାନୁଆରୀ ୭ରୁ ଏହି ମହୋତ୍ସବ ପାଳିତ ହେବା ପରେ ପରେ ପରେ ଛତିଶଗଡ ଓ ଅନ୍ୟ ଜିଲ୍ଲା ତଥା ସ୍ଥାନ ମାନଙ୍କରେ ଏହି ରାଜିମ ମହୋତ୍ସବମାସ ତମାମ ପାଳିତ ହୋଇଥାଏ ବୋଲି ଅତିଥି ମନେ ନିଜ ଉଦବୋଧନରେ ପ୍ରକାଶ କରିଥିଲେ। ନୂଆପଡା ଜିଲ୍ଲା ସାହୁ ସମାଜ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ସମେତ ବଲାଙ୍ଗୀର, ବରଗଡ଼ ଜିଲ୍ଲା ଓ ପଡୋଶୀ ଛତିଶଗଡ ରାଜ୍ୟର ହଜାର ହାଜର ସାହୁ ସମାଜର ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ସନ୍ଥ ମାତା ରାଜିମଙ୍କ ଜନ୍ମ ଜୟନ୍ତୀ ପାଳନ କରିଥିଲେ। ନୂଆପଡା ଜିଲ୍ଲା ସାହୁ ସମାଜ ଉପାଧକ୍ଷ ଦେବ କୁମାର ସାହୁ, ରାଜେଶ୍ୱରୀ ସାହୁ, ପ୍ରମୋଦ କିଶୋର ସାହୁ, ଧନୀରାମ ସାହୁ, ଚୈନୁ ସାହୁ, ପରମାନଦ ସାହୁ, ଦେବ ପ୍ରକାଶ ସାହୁ, ମନୋଜ କୁମାର ସାହୁ, ପଦୁମ ରାଜ ସାହୁ, ପ୍ରେମ ଚନ୍ଦ ସାହୁ, ଜଗଦୀଶ ସାହୁ, ଦେବେନ୍ଦ୍ର ସାହୁ, ମାଣିକଲାଲ ସାହୁ, ଭୋଳା ସାହୁ, ଟେକରାମ ସାହୁ, ନାରାୟଣ ସାହୁ, ଶମ୍ଭୁଲାଲ ସାହୁ, ଜିତେନ୍ଦ୍ର ସାହୁ, ପ୍ରେମ ସାହୁ ପ୍ରମୁଖ ଭାବେ ଯୋଗ ଦେଇ ବିଶେଷ ଭାବରେ ସହଯୋଗ କରିଥିଲେ।