ଆନ୍ତର୍ଜାତୀୟ ହକିରୁ ଦୀପ ଗ୍ରେସ ଏକ୍କାଙ୍କ ଅବସର ଗ୍ରହଣ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆନ୍ତର୍ଜାତୀୟ ହକିରୁ ଶନିବାର ଦିନ ଅବସର ଗ୍ରହଣ କରିଛନ୍ତି ଓଡିଶାର ମହାନ ମହିଳା ଖେଳାଳି ଦୀପ ଗ୍ରେସ ଏକ୍କା । ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୨ ଥର ପ୍ରତିନିଧିତ୍ୱ କରିଥିବା ଦୀପ ଗ୍ରେସଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଭାରତୀୟ ହକିର ଉନ୍ନତି ଦିଗରେ ତାଙ୍କ ଯୋଗଦାନକୁ ଭୁଲି ହେବ ନାହିଁ ବୋଲି ହକି ଇଣ୍ଡିଆ ପକ୍ଷରୁ ପୋଷ୍ଟ କରାଯାଇଛି । ଦୀପ ଗ୍ରେସ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଅବସର ସମ୍ପର୍କରେ ଘୋଷଣା କରିଥିଲେ । ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଭାଗ୍ୟ ସମ୍ମାନର ବିଷୟ ଥିଲା ବୋଲି ସେ କହିଛନ୍ତି । ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ମୁଁ ମୋ ଆନ୍ତର୍ଜାତୀୟ ହକି କ୍ୟାରିୟରକୁ ଭଲ ଭାବେ ଉପଭୋଗ କରିଛି । ହକି ଇଣ୍ଡିଆ, ହକି ଆସୋସିଏଶନ ଅଫ ଓଡିଶା ଓ ଓଡିଶା ସରକାରଙ୍କ ସହଯୋଗକୁ ମୁଁ କେବେ ହେଲେ ଭୁଲିବି ନାହିଁ । ସମସ୍ତଙ୍କୁ ମୁଁ ଆନ୍ତରିକତା ସହକାରେ ଧନ୍ୟବାଦ ଜଣାଉଛି । ସାଥୀ ଖେଳାଳି, କୋଚ ଓ ମେଂଟରମାନଙ୍କ ଉପସ୍ଥିତି ମୋ କ୍ୟାରିୟରକୁ ନୂତନ ଦିଗ ପ୍ରଦାନ କରିଥିଲା । ଆର୍ଜେଂଟିନାରେ ଅନୁଷ୍ଠିତ ଚର୍ତୁଦେଶୀୟ ହକି ଟୁର୍ଣ୍ଣାମେଂଟରେ ସେ ମାତ୍ର ୧୭ ବର୍ଷ ବୟସରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ୧୮ ବର୍ଷରୁ କମ ବାଳିକା ଏସିଆ କପରେ ଅଂଶଗ୍ରହଣ କରିଥିଲେ । ପ୍ରଶଂସନୀୟ ପ୍ରଦର୍ଶନ ଯୋଗୁ ସେ ଏହା ପରେ ଭାରତୀୟ ଦଳର ନିୟମିତ ସଦସ୍ୟ ପାଲଟି ଯାଇଥିଲେ । ଜୁନିୟର ହକି ବିଶ୍ୱକପ ୨୦୧୩ରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ଏହା ପରେ ସେ ସିନିୟର ବ୍ରୋଞ୍ଜ ବିଜୟୀ ଦଳ ଓ ୨୦୧୩ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ଅଂଶବିଶେଷ ରହିଥିଲେ । ରିଓ ଓ ଟୋକିଓ ଅଲିମ୍ପିକ୍ସରେ ସେ ଭାରତୀୟ ରକ୍ଷାପନ୍ଥୀର ମୂଖ୍ୟ ଭୂମିକା ତୁଲାଇଥିଲେ । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ମଧ୍ୟ ଦୀପଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.