ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଠାରେ ଥିବା ଯୁକ୍ତଦୁଇ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର “ନୂଆଁ -ଓ ସାହିତ୍ୟ” ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର୍ ଡକ୍ଟର ଜ୍ୟୋତିରଂଜନ ବହିଦାର ଯୋଗ ଦେଇ ନୂଆଁ ଓଡ଼ିଶାର ଛାତ୍ର ରାଜ୍ୟକୁ ଓ ଦେଶକୁ ଗଢିବା ପାଇଁ ଏ କାର୍ଯ୍ୟକ୍ରମ ଶକ୍ତି ଯୋଗାଇବ କହିଥିଲେ । ଅନ୍ୟତମ ସମ୍ମାନିିତ ଅତିଥି ଭାବରେ କବି ଅଦ୍ବୈତ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସୁରକ୍ଷିତ ବୋଲି ମତ ଦେଇଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ପ୍ରାଧ୍ୟାପକ ପ୍ରତୁଳ ତ୍ରପାଠୀ ଯୋଗଦାନ କରିଥିଲେ । ନୋଡ଼ାଲ୍ ଅଫିସର ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ତତ୍ତ୍ବାବଧାନରେ ଓ ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଶ୍ରୀ ଗୋବିନ୍ଦ ପ୍ରଧାନ, ଶ୍ରୀ ବିଭୀଷଣ ପଧାନ ,ଶ୍ରୀ ଗଦାଧର ପ୍ରଧାନ ଓ ଶ୍ରୀ ନୀଳାମ୍ବର ପଧାନ ପ୍ରମୁଖଙ୍କର ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅତିଥିମାନେ କୃତୀ ଛାତ୍ରଛାତ୍ରୀମାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।