ଗ୍ରାମବିକାଶ ଶିକ୍ଷାନିକେତନରେ “ଶିକ୍ଷା ଚେତନା ଅଭିଯାନ” ପ୍ରଶ୍ନମଞ୍ଚ ପ୍ରତିଯୋଗୀତା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଥୁଆମୁଳ ରାମପୁର ବ୍ଲକର ଏକ ଅଗ୍ରଣୀ ଏବଂ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ପରିଚିତ “ଗ୍ରାମ ବିକାଶ ଶିକ୍ଷା ନିକେତନ” ଠାରେ ୧୦୮ତମ “ଶିକ୍ଷା ଚେତନା” ଅଭିଯାନ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେଶନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାଧୀନତା ସଂଗ୍ରାମ, ତିଥି ଓ ପର୍ବପର୍ବାଣି, ସଂସ୍କୃତି ପୁରାଣ ଇତିହାସ, ଭୁଗୋଳ, ବିଜ୍ଞାନ, ମହାପୁରୁଷଙ୍କ ଜୀବନୀ ଏବଂ କଳାହାଣ୍ଡି ସମ୍ବନ୍ଧୀୟ ପ୍ରଶ୍ନମଞ୍ଚରେ ଶିକ୍ଷା ନିକେତନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ୧୦ ଗୋଟି ରାଉଣ୍ଡରେ ୧୦୦ ଗୋଟି ପ୍ରଶ୍ନର ପ୍ରତିଯୋଗୀତା ଆୟୋଜିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବିଶିଷ୍ଟ ସମାଜସେବୀ ଚିନ୍ମୟ ବେହେରା,ସଂଯୋଜକ ପ୍ରୀୟ ରଞ୍ଜନ ମୁଣ୍ଡ, ସଂଜୟ ସୁନାନୀ ଏବଂ ଯୁବ ସଂଗଠକ ସଞ୍ଜୀବ କୁମାର ଠାକୁର ପ୍ରମୁଖ ଅତିଥିଙ୍କ ଉପସ୍ଥିତିରେ ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Udyog Nursery
Udyogi Nursery

ଏହାପରେ ଉକ୍ତ ଶିକ୍ଷାନିକେତନର ୨୦୦ ଛାତ୍ରୀଙ୍କୁ ସାନିଟାରୀ ପେଡ୍ ପ୍ରଦାନ କରାଯାଇଥିଲା। ଗ୍ରାମବିକାଶ ଶିକ୍ଷାନିକେତନର ଶିକ୍ଷକ ନାରାୟଣ ଆଡବାଙ୍ଗ, ଦାସରଥୀ ମାଝୀ, ସୁଶୀଲ ବାଗ, ରାକେଶ ବାଗ, ମମତା ମୟୀ ସାହୁ, ବୈଦେହୀ ମାଝୀ, ରୁକ୍ମୁଣୀ ମଣ୍ଡଳ ଏବଂ ନିଶୀ ଛତ୍ରିଆଙ୍କ ସମେତ ଶିକ୍ଷାନିକେତନର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ। ଶିକ୍ଷାନିକେତନର ଶୃଙ୍ଖଳିତ ବ୍ୟବସ୍ଥାକୁ ନେଇ ଆମନ୍ତ୍ରିତ ଅତିଥି ଗଣ ଖୁସି ବ୍ୟକ୍ତ କରିବା ସହିତ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନ ଉତ୍ତରୋତ୍ତର କାମନା କରିଥିଲେ।ପ୍ରଫେସର ଭୂବନେଶ୍ୱର ବେହେରା ମେମୋରିଆଲ୍ ୟୁଥ ଅର୍ଗାନାଇଜେସନର ଏଭଳି କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଅନୁଷ୍ଠାନର ସଂଗଠକ ସମ୍ପାଦକ ଅବିନାଶ ମୁଣ୍ଡ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.