ରାକ୍ସୀରେ ଏକ ଦିବସୀୟ ଦିବାରାତ୍ରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର ରାକ୍ସୀ ଗ୍ରାମରେ ୨୦୧୪ ମସିହାରୁ ଅନୁଷ୍ଠିତ ହୋଇଆସୁଛି ଏକ ଦିବସିୟ ଭଲିବଲ ଟୁର୍ଣ୍ଣାମେଣ୍ଟ । ଜଗାବଳିଆ ଯୁବକ ସଂଗ ରାକ୍ସୀ ଆନୁକୂଲ୍ୟରେ ଚଳିତ ବର୍ଷ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଶନିବାର ଗ୍ରାମର ବିଦ୍ୟାଳୟ ପାଶ୍ୱର୍ରେ ରହିଥିବା ପଡିଆରେ ଏହି ଦିବାରାତ୍ରୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହାର ଉଦ୍ଘାଟନୀ ଉତ୍ସବରେ ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀ ଯୋଗଦେଇ ଫିତାକାଟି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଏହି ବ୍ଲକ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ବ୍ଲକ ଅଧିନସ୍ଥ ୧୮ ଗୋଟି ଭଲିବଲ ଟିମ ଯୋଗଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଦ୍ଘାଟନୀ ମ୍ୟାଚ୍ ରାକ୍ସୀ ଓ ଯୋଡାବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାକ୍ସୀ ଦଳ ୨-୦ରେ ବିଜୟଲାଭ କରିଥିଲା । ପୂର୍ବାହ୍ନ ୯ ଘଣ୍ଟାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଏହା ରାତି ୧୨ ଘଣ୍ଟା ସମୟରେ ସମାପନ ହୋଇଥିଲା । ଫାଇନାଲ ମ୍ୟାଚ ଆୟୋଜକ ରାକ୍ସୀ ଓ ବଡଧାରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାକ୍ସୀ ୨-୧ ସେଟରେ ବଡଧାରପୁରକୁ ମାତ ଦେଇ ଚମ୍ପିୟାନ ହୋଥିଲା । ସରୋଜ ପଧାନ, ବିପିନ ପଧାନ, ନବୀନ ବାଗ, ଅଜିତ ପଧାନ,ଡୁଳାମଣି ଭୋଇ ଓ ଅଜିତ ନାଏକ ରେଫରି ଭାବରେ ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳ ପରିଚାଳନା କରିଥିଲେ । ମଣ୍ଟୁ ପଧାନ ସ୍କୋରବୋର୍ଡ ଦାଇତ୍ୱ ତୁଲାଇଥିବା ବେଳେ ଯାଜ୍ଞସେନ ପଧାନ, ମୋହନ ପଧାନ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଶେଷରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Udyog Nursery
Udyogi Nursery

ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ସମିତି ସଦସ୍ୟା ତୁଳସା ମାଝୀ, ପୂର୍ବତନ କ୍ରୀଡାବିତ୍ତ ତଥା ବିଶିଷ୍ଟ ଚାଷୀ ଆଦିକନ୍ଦ ପଧାନ, ବିଜୟ ସାହୁ, ରାଜେନ୍ଦ୍ର ବିଶ୍ୱାଳ, ମନୋହର ବିଶ୍ୱାଳ, ମହେନ୍ଦ୍ର ବାଗ, କରୁଣାକର ସା, ନିମେଇ ପଧାନ ପ୍ରମୁଖ ଚମ୍ପିଅନ ରାକ୍ସୀ ଦଳକୁ ୨୫୦୦ ଟଙ୍କା ନଗଦ ରାଶୀ ଓ ଟ୍ରଫି ପ୍ରଦାନ କରିଥିଲେ । ସେହିଭଳି ଉପବିଜେତା ବଡଧାରପୁର ଦଳକୁ ନଗଦ ରାଶି ୧୫୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ବେଷ୍ଟ ପ୍ଲେୟାର ଭାବରେ ବଡଧାରପୁରର ସହୀଦ ପଧାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ବହୁତ ଶୃଙ୍ଖଳିତ ଭାବରେ ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିବାରୁ ଆୟୋଜକ ଜଗା ବଳିଆ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ କ୍ଲବର ସଭାପତି ନବୀନ ବାଗ ସାଧୁବାଦ ଜ୍ଞାପନ କରିବା ସହିତ ପରିଚାଳକ କର୍ମକର୍ତ୍ତା, ଦର୍ଶକ ଓ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.