ଏସବିଆଇ ଫାଉଣ୍ଡେସନ ଓ ଗ୍ରାମ ବିକାଶ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱ ପରିବେଶ ଦିବସ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ଏସବିଆଇ ଫାଉଣ୍ଡେସନ ଓ ଗ୍ରାମବିକଶ ମିଳିତ ଉଦ୍ୟମରେ ବୁଧବାର ସ୍ୱଛତା ଅଭିଯାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସବିଆଇ ଫାଉଣ୍ଡେସନ ସଂଯୋଜନା ସୁବିନ ଦାସଙ୍କ ତତ୍ବାବଧାନରେରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପରିବେଶକୁ ଏକ ସ୍ୱଛତା ଆଣିବା ଦିଗରେ ଦୀର୍ଘ ବର୍ଷରୁ ପ୍ରୟାସ ଜାରି ରଖିଥିବା ବନବିଭାଗର ଏକ ଅଂଶ ଭାବରେ ଏସବିଆଇ ଫାଉଣ୍ଡେସନ୍ ଓ ଗ୍ରାମ ବିକାଶ ବିଭିନ୍ନ ପ୍ରକାରର ଫଳ ଗଛର ପ୍ରାୟ ୭୦୦୦ ଚାରା ୧୦ ଏକରରେ ରୋପଣ କରି ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ତେବେ ପରିମିତ କୁତ୍ରିମ ବଣ ଏବଂ ପରିବେଶ ସନ୍ତୁଳନ ଫେରାଇ ଆଣିବା ଓ ବିବିଧତା ବୃଦ୍ଧି କରିବା ସହିତ ଫଳ ମୂଳ ସମେତ କାଠ ପ୍ରଭୃତି ସମ୍ପ୍ରଦାୟକୁ ମୂଲ୍ୟବାନ ଉତ୍ସ ଯୋଗାଇବା ପାଇଁ ଲକ୍ଷ୍ୟ ରଖି ଥିବା ବେଳେ ବିଭିନ୍ନ ଫଳ ଚାରା ଗୁଡିକ ସ୍ଥାନୀୟ ସୟଂସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏକ ନର୍ସରୀରେ ତିଆର କରାଯାଇଛି ଏବଂ ସ୍ଥାନୀୟ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବାକୁ ଏହି କାର୍ଯ୍ୟକ୍ରମର ତାଲିମ ସହାୟତା ପ୍ରଦାନ କରାଯାଇଛି। ସମ୍ପ୍ରଦାୟର ବୃହତ ସ୍ବେଚ୍ଛାକୃତ ଅଂଶଗ୍ରହଣ ସହିତ ବୃକ୍ଷରୋପଣ ଡ୍ରାଇଭ୍ ଜଙ୍ଗଲ ସୃଷ୍ଟି ହେବା ଏବଂ ଏହି ଅଞ୍ଚଳରେ ସବୁଜ ଆବରଣକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଁଛି ଓ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଟ୍ରଗାରଟ୍ରେଂଚ, ଟିସିବି,ଓ ଗାଧୋଇବା ପାଇଁ ୭ଟି ପକାକୂଅ ଖୋଲିବାରେ ସହାୟକ ହୋଇ ଥିବା ବେଳେ ମୃତ୍ତିକା କ୍ଷୟକୁ ରୋକିବା, ଭୂତଳ ଜଳ ବୃଦ୍ଧି ଏବଂ କୃଷି ଉତ୍ପାଦନରେ ଉନ୍ନତି ଆଣିବା ପାଇଁ ପରିକଳ୍ପନା କରାଯାଇଛି। ଏହି ପଦକ୍ଷେପ କେବଳ ପରିବେଶକୁ ସୁରକ୍ଷା ଦେଇନାହିଁ ବରଂ ଉନ୍ନତ ମାଟିର ସ୍ୱାସ୍ଥ୍ୟ ଏବଂ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରି ସ୍ଥାନୀୟ ଚାଷୀଙ୍କ ଜୀବନ ଜୀବିକାକୁ ମଧ୍ୟ ସମର୍ଥନ କରିବାରେ ସହାୟକ ହେଉଛି ଓ ରୋଗୀଙ୍କୁ ସୁବ୍ୟବସ୍ଥା ଯୋଗାଇବା ପାଇଁ ଆମ୍ବୁଲାନ୍ସର ମଧ୍ୟ୍ୟ ବ୍ୟବସ୍ଥା କରିଥିବାରୁ ଅଞ୍ଚଳଲୋକେ ଖୁସି ବ୍ୟକ୍ତ କରିବା ସହିତ ଏସବିଆଇ ଫାଉଣ୍ଡେସନ ଓ ଗ୍ରାମ ବିକାଶ ସଂସ୍ଥାକୁ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.