ତଲାଗାଁଠାରେ ବାଆଦୀ ଠାକୁରଙ୍କ ଗୁଣ୍ଡିଚା ମଣ୍ଡେଇ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ତଲାଗାଁଠାରେ ରବିବାର ଆରଧ୍ୟ ଦେବତା ପ୍ରଭୁ ବାଆଦୀ ଠାକୁରଙ୍କ ଗୁଣ୍ଡିଚା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ସକାଳୁ ବାଆଦୀ ଠାକୁରଙ୍କ ମନ୍ଦିରରେ ପାରମ୍ପରିକ ନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଦେବାଦେବୀ ମାନଙ୍କ ଲାଠି କାଲିସୀ ସହ ମା’ ମାଉଲୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲା। ଦେବୀଙ୍କ ମନ୍ଦିରକୁ ପହଞ୍ଚିବା ପରେ ଦେବା ଦେବୀଙ୍କ କାଳିଶୀ ମାନେ କଣ୍ଟା ଦୋଲିରେ ଝୁଲିବା ସହ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ଭକ୍ତମାନେ ଦେବା ଦେବୀଙ୍କ ପାଖରେ ଭୋଗ ଲାଗି କରିବା ସହ ନିଜ ତଥା ପରିବାରର ମଙ୍ଗଳ କାମନା ପାଇଁ ଆଶ୍ରୀବାଦ ଭିକ୍ଷା କରିଥିଲେ। ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ସହସ୍ରାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ପୂଜକ ବଲଭଦ୍ର ପୁଝାରୀ, ଶିରା ସପୁର ସିଂ ନାଗ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ବାଆଦୀ ପୂଜା କମିଟିର ସଭାପତି ଧର୍ମାନନ୍ଦ ନାଏକ, ଭଜମନ ନାଏକ, ଜଗଦୀଶ ନାଏକ, ହରିଶନ୍ଦ୍ର ନାଏକ, ଶଙ୍କର ବାଗ, ଘାସିରାମ ନାଗ, ଲାଲସିଂ ବାଗ, ଅମର ନାଏକ, ତୁଲାରାମ ରାଉତ ସମେତ ପ୍ରମୂଖ ଗ୍ରାମବାସୀ ଉପସ୍ଥିତ ରହି ପୁଜା କାର୍ଯ୍ୟରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.