ନର୍ଲାରେ ସଂମ୍ପନ୍ନ ହେଲା ବାହୁଡା ଯାତ୍ରା : ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଓ ରୁପ୍ରାରୋଡ଼ରେ ଅନୁକୁଳ ପାଗ ଯୋଗୁଁ ଆନନ୍ଦ ଉହ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ତିନି ଠାକୁରଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୫ ଘଣ୍ଟା ସମୟରେ ମାଉସୀ ଘରୁ ବିଦାୟ ନେଇ ପହଣ୍ଡି ବିଜେ କରିଥିଲେ ତିନି ଠାକୁର।ପବିତ୍ର ବାହୁଡା ଯାତ୍ରା ପାଇଁ ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା।ଦିନ ତମାମ ପୂଜାପାଠ ପରେ ଅପରାହ୍ନ ୫ ଟା ବେଳେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ। ନର୍ଲାର ବରିଷ୍ଠ ନାଗରିକ ଚନ୍ଦ୍ର ଶେଖର(ମନ୍ମଥ) ପୂଝାରୀ ଓ ଚୁଳମଣି ଗୌଡିଆ ଛେରା ପହରା କରିଥିଲେ। ନବୋଦୟ ଛକରେ ବାହୁଡା ଯାତ୍ରା ପାଇଁ ରଥ ପ୍ରସ୍ତୁତ ହୋଇ ରହିଥିଲା।ଶ୍ରୀଜୀଉମାନେ ମାଉସୀ ମନ୍ଦିରରୁ ରଥ ରଖାଯାଇଥିବା ଛକଯାଏଁ ଘଣ୍ଟ, ଶଙ୍ଖ ବାଦ୍ୟରେ ପହଣ୍ଡିରେ ଯାଇଥିଲେ। ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ସୁଜିତ ଚାନ୍ଦ ଗରୁଡ ବିଗ୍ରହକୁ ବିଗ୍ରହ ଧରିଥିଲେ। ମନ୍ମୟ ଚାନ୍ଦ, ଗୌତ୍ତମ ଚିନ୍ଦା, ମଧୁସୁଦନ ପାଢୀ, ସଞ୍ଜୟ ପଣ୍ଡା, ସୁଶାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ମହେଶ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁଧର୍ମା ପଣ୍ଡା, ବିଶି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ହୃଷିକେଶ ପାତ୍ର ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ। ପ୍ରଭୁଙ୍କ ଆସନ ପରିପାଟି କଥା ଶମ୍ଭୁ ଜଡ଼ା, କେତକୀ ଜଡା, ଲକ୍ଷ୍ମୀ ଗୌଡ଼ିଆ, ନିରୁ ଜଡାଙ୍କ ସମେତ ମହିଳା ଭକ୍ତ ମାନେ ବୁଝିବା ସହ ଠାକୁର ମାନଙ୍କୁ ଚାମର କରିଥିଲେ। କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତିନିଠାକୁର ପହଣ୍ଡି ସାରିବା ପରେ ଶ୍ରୀ ଜୀଉ ମାନେ ରଥାରୁଢ ହେବାପରେ ଅପରାହ୍ନ ଠିକ୍ ୬ ଘଣ୍ଟା ସମୟରେ ରଥ ଟଣା ଯାଇଥିଲା। ମଉସା, ମାଉସୀ ଚନ୍ଦ୍ର ଶେଖର ଚାନ୍ଦ ଦମ୍ପତି ଶ୍ରୀ ଜୀଉ ମାନଙ୍କୁ ଭାବ ବିହ୍ୱଳ ହୋଇ ବିଦାୟ ଦେଇଥିଲେ। ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ପଦ୍ମ ଲୋଚନ ପଦ୍ମଲୋଚନ ପଣ୍ଡା, ମଧୁସୁଦନ ପାଢ଼ୀ ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ। ସନ୍ଧ୍ୟା ୭.୧୫ ରେ ରଥ ଆସି ପହଁଚିଲା ଚାରିଛକ ସ୍ଥିତ ଶ୍ରୀମନ୍ଦିରରେ। ନର୍ଲା ର ଯୁବ ବ୍ୟବସାୟୀ ଶ୍ରୀ ସାଇ ଜଗନ୍ନାଥ ଜୁଏଲର୍ସ ପରିଚାଳକ ପ୍ରସାଦ, ମନୋଜ କୁମାର ମହାପାତ୍ର, ଅମିତ ଅଗ୍ରୱାଲ, ରୋହନ ଖେତାନ, ଦୀପକ ଅଗ୍ରୱାଲ, ପୂରବ ଅଗ୍ରୱାଲ, ସୂର୍ଯ୍ୟ ପୃଷ୍ଟି,, ଶୁଭମ ଅଗ୍ରୱାଲ, ଗଣେଶ ଜଡା, ଅଭିଳାଷ ବଂଶଲ ପ୍ରମୁଖ ଭକ୍ତ ବୃନ୍ଦଙ୍କୁ ପ୍ରତିବର୍ଷ ଭଳି ବୁନ୍ଦି ପ୍ରସାଦ ବଣ୍ଟନ କରିଥିଲେ। ରଥ ଆସି ୭.୧୫ ସମୟରେ ମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରି ଶ୍ରୀ ମନ୍ଦିର ଭିତରକୁ ନେଇଥିଲେ ଭକ୍ତବୃନ୍ଦ। ପ୍ରସିଦ୍ଧ ସଙ୍କୀର୍ତ୍ତନ ଗୁରୁ ବିଜୟ ପଣ୍ଡା ଙ୍କ ସଙ୍କୀର୍ତ୍ତନ ମଣ୍ଡଳୀ ରଥ ଆଗରେ ଅନବରତ ଭଜନ ଗାଇ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ସେହିଭଳି ରୁପ୍ରାରୋଡ଼ରେ ମଧ୍ୟ ଆନନ୍ଦ ଉହ୍ଳାସ ଓ ପ୍ରବଳ ଭକ୍ତ ସମାଗମ ମଧ୍ୟରେ ବାହୁଡା ଯାତ୍ରା ସମ୍ପନ୍ନ ହୋଇଯାଇଛି। ମନ୍ଦିରରେ ବିଧି ଅନୁକ୍ରମେ ପୁରୀରୁ ଆସିଥିବା ବଡ଼ପଣ୍ଡା ପଣ୍ଡିତ ନିଗମାନନ୍ଦ ମହାପାତ୍ର, ଭବାନୀ ପ୍ରସାଦ ରଥ ଶର୍ମା ଓ ମନୋଜ ଦାଶ ସମସ୍ତ ନିତି ସଂପାଦନ କରିବାପରେ ଅପରାହ୍ନରେ ବାହୁଡ଼ା ନିତି ସଂପାଦନ କରିଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟେଷ୍ଠ ପୂତ୍ର ସୁନୀଲ ଅଗ୍ରୱାଲ ରଥରେ ଛେରାପହଁରା କରିଥିଲେ। କାଲୁ ଶର୍ମା ଓ ବିଷ୍ଣୁ ଶର୍ମା ରଥ ଉପରେ ପୂଜନ କାର୍ଯ୍ୟରେ ସହଯୋଗ କରିଥିଲେ। ପ୍ରଦୀପ ଅଗ୍ରୱାଲ ଧାରା ବିବରଣୀ ପ୍ରଦାନ କରିଥିଲେ। ରତନ ଅଗ୍ରୱାଲ, ତ୍ରିନାଥ ମହାନ୍ତି, ରାଜେଶ ଦତ୍ତା, ଶ୍ୟାମସୁନ୍ଦର ଶର୍ମା, ସୁମିତ ଅଗ୍ରୱାଲ, ଅମିତ ଶର୍ମା (ବଣ୍ଟି), ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ରୁପ୍ରାରୋଡ ବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିଭଳି ନର୍ଲା ଅଞ୍ଚଳର ବୁଢ଼ିପଦର, ତୁଳାପଡ଼ା, ମାଣ୍ଡେଲ, ଲାଖଗୁଡ଼ା, ରୁପ୍ରା ପ୍ରଭୃତି ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ବାହୁଡ଼ା ଯାତ୍ରା। ନର୍ଲାରେ ଆଇଆଇସି ମମିତା ପାଣିଗ୍ରାହୀ ନିଜେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିଥିଲେ। ଅନ୍ୟ ବାହୁଡ଼ା ଯାତ୍ରା ଗୁଡିକରେ ମଧ୍ୟ ନର୍ଲା ପୋଲିସ ଷ୍ଟାଫ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.