ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନବ ଦିନାତ୍ମକ ଯାତ୍ରା ସାରି ଆଜି ବାହୁଡା଼ ଯାତ୍ରାକୁ ବାହାରିଲେ ଶ୍ରୀଜିଉ। ଏଥିପାଇଁ ଆଜି ସମଗ୍ର ପାତାଳି ଶ୍ରୀକ୍ଷେତ୍ର ଠାରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା। ସକାଳ ୫ ଘ ମଙ୍ଗଳ ଆଳତି, ସକାଳ ୭ଘ ଖେଚୁଡ଼ି ଭୋଗ, ସକାଳ ୮ ଘ ମଙ୍ଗଳାର୍ପଣ, ବେଶ, ପୂର୍ବାହ୍ନ ୧୧.ଘ ଧାଡ଼ି ପହଣ୍ଡି ରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯାଇଥିଲା। ଛେରା ପହଁରାରେ ସହଯୋଗ କରିଥିଲେ ନରସିଂହ ପଧାନ, ମିତ୍ରଭାନୁ ମହାକୁର, ଶରଦ ଚାନ୍ଦ। ଅପରାହ୍ନ ୧ଘ ରଥରେ ଛେରା ପହଁରା କରିଥିଲେ ଗଡତିଆ ଶ୍ରୀ ଚମରା ଅମାତ। ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳି, ଜୟ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ପାତାଳୀ ଶ୍ରୀକ୍ଷେତ୍ର। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ସମଗ୍ର କ୍ଷେତ୍ର ଚଳଚଞ୍ଚଳ ରହିଥିଲା। ସୁବର୍ଣ୍ଣପୁର ର ଚନ୍ଦ୍ରିକା ସେବା ଟ୍ରଷ୍ଟ ତରଫରୁ ଅନ୍ନ ପ୍ରସାଦ, ପାନୀୟ ଜଳର ସେବା ଯୋଗାଇ ଦିଆଯାଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଶୃଙ୍ଖଳା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା ବିଭାଗ ତରଫରୁ ଲୋକଙ୍କୁ ସେବା ଦେଇଥିବାବେଳେ ଆଜିର ବାହୁଡା଼ ଯାତ୍ରା ରେ ଅତିଥି ଭାବରେ ବିଧାୟକ ଇଂ ରଘୁନାଥ ଜଗଦଲା, ଏଡିଏମ୍ ଅଞ୍ଜଳିନା ପଧାନ, ରାଜସ୍ବ ଅଧିକାରୀ – ଅଜିତ୍ ମିର୍ଦ୍ଧା ପ୍ରମୁଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.