ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ସରପଞ୍ଚ ହରିପ୍ରୀୟା ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର ପାତ୍ର, ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ସାମାଜିକ ସୁରକ୍ଷା ବିଭାଗର ସୁନ୍ଦର ନାଏକ, ପିଇଓ କିଶୋର ନାଏକ, ମନରେଗା ବିଭାଗର ଧନ ଗୈନ୍ତିଆ, କମଲେଶ ଧମାଝୀ, ଏଡିଇଓ ଶିବରାମ ଗହୀର, ସମିତିସଭ୍ୟା ପାର୍ବତୀ ବାଗ, ଭିଏଡବ୍ଳୁ ବିଶ୍ବରଂଜନ ବୋଡକିଆ, ସମନ୍ଵିତ ଶିଶୁ ବିକାଶ ବିଭାଗରୁ ପ୍ରିୟାଂଶୁ ତାଣ୍ଡି, ବିପିସି ଜିତେନ୍ଦ୍ର ମିଶ୍ର ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ନେଇ ଶିବିରକୁ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ରାସନ କାର୍ଡ, ଭତ୍ତା, ମନରେଗା ଭଲି ଅନ୍ୟାନ୍ୟ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶିବିରରେ ଆବାସ ଯୋଜନାରେ ୨୭୪, ଭତ୍ତା ୧୪, ରାସନ୍ ୧୪, ମନରେଗା ୨, ଅନ୍ୟାନ୍ୟ ୩ଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସମୁଦାୟ ୩୦୭ ଜଣ ହିତାଧକାରୀ ନିଜ ନିଜ ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ଜଣାଇଥିଲେ। କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡିଲେଶ୍ବର ଚଲାନ ପରିଚାଳନା କରିଥିଲେ। ଗ୍ରାମ ପଞ୍ଚାୟତ କର୍ମୀଚାରୀ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.