ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୃନ୍ଦାବତୀ ବିହାରରେ ଜ୍ଞାନବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୃନ୍ଦାବତୀ ବିହାର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଘାଟନୀ ସମାରୋହରେ ଭବାନୀପାଟଣା ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ରବୀନ୍ଦ୍ର ପଟ୍ଟନାୟକ ଯୋଗଦେଇ ଶିଶୁମାନଙ୍କୁ ବୈଜ୍ଞାନିକ ହେବା ଦୃଷ୍ଟିରୁ ମାର୍ଗଦର୍ଶନ ଦେଇଥିଲେ। ପରିଚାଳନା ସମିତି ସଦସ୍ୟା ରଞ୍ଜିତା ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ଶିଶୁ ବାଟିକାରୁ ୪୦, ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀରୁ ୫୬, ଚତୁର୍ଥ ଓ ପଞ୍ଚମ ଶିଶୁ ବର୍ଗର ୨୧, ଷଷ୍ଠରୁ ଅଷ୍ଟମ ବାଲ୍ ବର୍ଗରୁ ୧୭ ଗଣିତ ତଥା ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା। ଶିଶୁ, ବାଲ୍ ଓ କିଶୋର ବର୍ଗର ସଂସ୍କୃତି ଜ୍ଞାନ, ବିଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚ, ପତ୍ରବାଚନ, ପ୍ରୟୋଗ ଆଦି ବିଚାରକ ମାନଙ୍କ ଦ୍ଵାରା ମୂଲ୍ୟାଙ୍କନ କରାଯାଇ ଶିଶୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ସହରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ପୁରୁଷୋତ୍ତମ ଦାସ ଅଗ୍ରୱାଲ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନଗର କାର୍ଯ୍ୟବାହ ବିଚିତ୍ରାନନ୍ଦ ସ୍ବାଇଁ ଯୋଗଦେଇ ଶିଶୁ ମାନଙ୍କୁ ଭବିଷ୍ୟତରେ ସୁ ନାଗରିକ ହେବାକୁ କହିଥିଲେ। ଉଭୟ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ  ଅଶୋକ କୁମାର ସାହୁ। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.