କର୍ମେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟସିଂହ ବାଗଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ କର୍ମେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟସିଂହ ବାଗ ଅବସର ଗ୍ରହଣ କରିଛନ୍ତି। ସେ ୨୦ ଜୁଲାଇ ୧୯୯୦ ମସିହାରେ ପ୍ରଥମେ ଧନସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ। ୧୯୯୩ ମସିହାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାନେରକୁ ବଦଳି ହୋଇ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ। ‌ପରେପରେ ୧୯୯୩ ମସିହାରେ ସିଆଲଟି ଆବାସିକ ବିଦ୍ୟାଳୟ ନୁଆପଡା, ୧୯୯୪ ମସିହାରେ ଦଣ୍ଡେଇଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଲମପୁର, ୨୦୦୮ ମସିହାରେ ପୁଣି ବାନେର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ୨୦୧୦ ମସିହାରେ ଜାମପଡା ଜୟପାଟଣା ୨୦୧୧ ମସିହାରେ ପୁଣି ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତ ହୋଇ ସାଗୁନଭାଡି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ରହିଥିଲେ। ତା ୨୮/୦୩/୨୦୧୪  ରୁ ୩୧/୦୭/୨୦୨୪ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ କର୍ମେଳି ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ରହି ଗତ ତା ୩୧/୦୭/୨୦୨୪ ରିଖ ରେ ଅବସର ଗ୍ରହଣ କରିଛନ୍ତି।

ସେ ଜଣେ ସରଳ ହୃଦୟ ର ବ୍ୟକ୍ତିତ୍ଵ ଏବଂ ନିଷ୍କପଟ ମିଷ୍ଟଭାଷୀ ସ୍ବଭାବର ହୋଇଥିବା ବେଳେ କର୍ମେଳି ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୁଧିଷ୍ଠିର ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅଶୋକ କୁମାର ମୁଣ୍ଡ, ଶିକ୍ଷକ ନବୀନ ପାନ, ନିଳାଞ୍ଚଳ ପାନ, ଜୟଦେବ ମାଝୀ, ଲୋକନାଥ ସାହୁ, ପ୍ରେମାଞ୍ଚଳ ସାହୁ, କର୍ମେଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ମୁଣ୍ଡ, ସରୋଜ ଠାକୁର, ମନ୍ମଥ ପାଢୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଅଶୋକ କୁମାର ମୁଣ୍ଡ ବିଦାୟୀ ପ୍ରଧାନ ଶିକ୍ଷକ ଜୟସିଂହ ବାଗଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଉତ୍ତରୀୟ ପ୍ରଦାନ କରିଥିଲେ। ପରେପରେ ସନ୍ଧ୍ୟା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶ୍ରୀ ବାଗଙ୍କ ବିମଳା ଗ୍ରାମ ସ୍ଥିତ ବାସଭବନକୁ ନେଇ ଛାଡିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.