କୃପାକର ଭାବଗ୍ରାହୀ
ଅକ୍ଷୟ କୁମାର ବେହେରା
ଜଗତର ନାଥ ଆହେ ଜଗନ୍ନାଥ
କି କାରଣେ ଦଣ୍ଡଦିଅ,
ଦୁଃଖି ଜୀବନ ମୋ ଏ ଦୀନହୀନ କୁ
ବାରେ ଟିକେ ସାହାହୁଅ ।୧।
ସାହାହୁଅ ପ୍ରଭୁ ମୋହୃଦୟ ପ୍ରାଣ
ଚାହେଁନା ମୁଁ ଆଉ କିଛି,
ଜୀବନକୁ ମୋର ତୁମ ପାଦ ତଳେ
ସର୍ବଦା ଟେକି ଦେଇଛି ।୨।
ଦେଇଛି ହେ ପ୍ରଭୁ ହୃଦେ ଭକ୍ତିଭାବ
ତୁମଠାରେ ମୁଁ ଅଜାଡି,
ଅସଜଡା ମୋର ମନର ମନ୍ଦିର
ବାରେ ଦିଅନ୍ତୁ ସଜାଡି ।୩।
ସଜାଡି ପାରେନା ଲୋଭ, ମୋହ, ମାୟା
ମନେ ମୋ ଯାଉଛି ଭରି,
ଛନ୍ଦ, କପଟର ଜାଲେ ଛନ୍ଦି ହୋଇ
ଦୁଃଖରେ ହେଉଛି ଘାରି ।୪।
ଘାରି ମୁଁ ହେଉଛି ଏ ଭବ ସାଗରେ
ଯନ୍ତ୍ରଣା ପାରୁନି ସହି,
ମୁକ୍ତି ଦିଅ ମତେ ଜୀବନ ଜଞ୍ଜାଳୁ
କୃପାକର ଭାବଗ୍ରାହି ।୫।