ସିଜିଏମ କୋର୍ଟ କର୍ମଚାରୀ ଜୟ ପ୍ରକାଶଙ୍କ ଦେହାନ୍ତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ସିଜିଏମ କୋର୍ଟର ସିନିୟର୍ ଟାଇପିଷ୍ଟ ଜୟ ପ୍ରକାଶ ମିଶ୍ର ଙ୍କ ସୋମବାର ରାତି ୨.୩୦ ମି ରେ ୫୨ ବର୍ଷ ବୟସରେ ଦେହାନ୍ତ ଘଟିଛି। ଏ ଖବର ପ୍ରସାରିତ ହେବା ପରେ ସକାଳେ ସୋନପୁର ସହର ରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଜିଲ୍ଲାପାଳଙ୍କ ବାସଭବନ ନିକଟ ଚାରିଛକରେ ଥିବା ଶ୍ରୀ ମିଶ୍ର ଙ୍କ ବାସଭବନ ଆଗରେ ଶେଷ ଦର୍ଶନ ପାଇଁ ଆଜି ସକାଳେ ପ୍ରବଳ ବର୍ଷା ସତ୍ତ୍ୱେ ଜୁଡ଼ି ସିଆଲ କର୍ମଚାରୀ, ଓକିଲ, ସ୍ୱେଚ୍ଛାସେବୀ, ସମ୍ପର୍କୀୟ ଓ ଶୁଭେଛୁଙ୍କ ଭିଡ଼ ଲାଗି ରହିଥିଲା।

Omkar Vasthu
Omkar Vasthu

ମୃତ୍ୟୁ ଶଯ୍ୟା ନିକଟରେ ଶ୍ରୀ ମିଶ୍ରଙ୍କ ବଡ ବାପାଙ୍କ ପରିବାର, ବାପା ଅନନ୍ତ ରାମ୍ ମିଶ୍ର, କାକା ଚିତ୍ତ ରଞ୍ଜନ, ମାଆ, ଖୁଡି, ସହ ଧର୍ମିଣି ଆନନ୍ଦିନୀ, ଭାଈ ଦୀପ୍ତି ରଞ୍ଜନ, ଦୁଇ ସାନ ବୋହୁ, ମାମୁଁ ଅଟଳ ମହାପାତ୍ର, ଝିଅ ସୁନନ୍ଦା, ସମୃଦ୍ଧି ଓ ପୁତୁରା ବୈଭବଙ୍କ ସମେତ ଅନେକ ସଂପର୍କୀୟ ଉପସ୍ଥିତ ଥିଲେ। ଶ୍ରୀ ରାମେଶ୍ଵର ଶ୍ମଶାନ ଘାଟରେ ଶ୍ରୀ ମିଶ୍ରଙ୍କ ଅନ୍ତିମ ସଂସ୍କାର କରଯାଇଥିବା ବେଳେ ବଡ ଝିଅ ସୁନନ୍ଦା ଓ ପୁତୁରା ବୈଭବ ଉଭୟେ ମୁଖାଗ୍ନି ଦେଇଥିଲେ। ଜୁଡ଼ିସିଆଲ କର୍ମଚାରୀ, ଓକିଲ, ସ୍ବଚ୍ଛ ଭାରତ କର୍ମକର୍ତ୍ତା , ଲାଲମନି କ୍ରିକେଟ କ୍ଳବ୍ ର ଅନେକ ସଦସ୍ୟଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ମାନ୍ୟ ଗଣ୍ୟ ବ୍ୟକ୍ତି ଶ୍ମଶାନ ଘାଟରେ ଶବ ସଂସ୍କାର କାର୍ଯ୍ଯ ରେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.