ଟିଙ୍ଗୋପଖନାରେ ବଢୁଛି ଡାଇରିଆ; ଗାଁରେ ପହଞ୍ଚିଲେ ଡ଼ାକ୍ତରୀ ଟିମ୍ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତର ଟିଙ୍ଗୋପଖନା ଗାଁରେ ବଡୁଛି ଡାଇରିଆ। ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଦୂରରେ ଏକ ଉପାନ୍ତ ଅଞ୍ଚଳରେ ହୋଇଥିବାରୁ ଏଠାରେ ବସବାସ କରନ୍ତି ଆଦିବାସୀ ସମ୍ପ୍ରଦାୟର ପରଜା କନ୍ଧ ସମ୍ପ୍ରଦାୟ। ଏହି ଗାଁ ଚାରି ପାଖରେ ଜଙ୍ଗଲ ପାହାଡ଼ ପରିପୂର୍ଣ୍ଣ। ନାଁ ଅଛି ଗମନାଗମନର ସୁବିଧା, ନାଁ ଅଛି ପାନୀୟ ଜଳର ସୁବିଧା। ନିରିହ ଆଦିବାସୀମାନେ ପାହାଡ଼ ଝରଣାର ପାଣି ଉପରେ ନିର୍ଭର କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକେ କହୁଛନ୍ତି। ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୨୭ ଜଣ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଗାଁରେ ଅସ୍ଥାୟୀ ସ୍ବାସ୍ଥ୍ୟ ସେବା କ୍ୟାମ୍ପ ଅଙ୍ଗନୱାଡ଼ି କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଚାଲିଛି। ଏହା ସହ ଘରଘର ବୁଲି ସଚେତନତା ସୃଷ୍ଟି କରାଯାଉଛି।

ଗୁରୁତର ରୋଗୀଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ରେ ଚିକିତ୍ସା କରାଯାଉଥିବା ସୁଚନା ମିଲିଛି। ବର୍ତ୍ତମାନ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ୨୭ କୁ ପହଞ୍ଚି ଥିବା ବେଳେ ସଂଖ୍ୟା ଆହୁରି ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଦୂଷିତ ଜଳ ବ୍ୟବହାର କରୁଥିବାରୁ ଡାଇରିଆ ବ୍ୟାପୁଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଥିବା ବେଳେ ଆଜି ଗାଁରେ ଡକ୍ତରୀ ଟିମ୍ ପହଞ୍ଚି ଗାଁର ଅନେକ ଜଳ ସ୍ରୋତରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.