ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀର ନୂତନ ପାୱାର ପ୍ଲାଣ୍ଟ ୩୩କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥରକୁ ଥର ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ପାଉଛି ଶୁନ୍ୟ ଦୁର୍ଘଟଣା ପ୍ରବଣର ଆୱ୍ବାଡ୍। କିନ୍ତୁ ଯେଉଁ ଭଳି ଭାବେରେ କମ୍ପାନୀ ଭିତରେ ଦୁର୍ଘଟଣାର ଶିକାର ହେଉଛନ୍ତି ଶ୍ରମିକମାନେ ତାହା ନକହିବା ଭଲ। ଏପଟେ ବାରମ୍ବାର ଶୁନ୍ୟ ଦୁର୍ଘଟଣା ପ୍ରବଣର ଆୱ୍ବାଡ୍ ପାଉଥିବା ବେଦାନ୍ତ କମ୍ପାନୀରେ କେବେ ବସରେ ନିଆଁ ଲାଗୁଛି ତ ଆଉ କେବେ ଶ୍ରମିକମାନେ ବିଭିନ୍ନ ଦୁର୍ଘଟଣା ଶିକାର ହେଉଥିବା ଚିତ୍ର ସାମ୍ନାକୁ ଆସୁଛି।

Omkar Vasthu
Omkar Vasthu

ସେହିପରି ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ବେଦାନ୍ତ କମ୍ପାନୀର ସ‌ହଯୋଗୀ କମ୍ପାନୀ ଭୋଲଟାକ୍ ନୂତନ ପାୱାର ପ୍ଲାଣ୍ଟ କାମ କରୁଥିବାବେଳେ ଭଲଟାକ୍ କମ୍ପାନୀର ମକଜୁଲ ମଲାକ (୩୯) ନାମକ ଜଣେ ଯୁବକ କୌଣସି କାରଣର ବସତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ସୋଇଛନ୍ତି। ପରେ ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ବେଦାନ୍ତ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ପରେ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ତେବେ ଏହିପରି ବିଭିନ୍ନ ସମୟରେ କାର୍ଯ୍ୟରତ ଶ୍ରମିକମାନଙ୍କ ଜୀବନ ଯାଉଥିବା ବେଳେ ବେଦାନ୍ତ କମ୍ପାନୀକୁ କିଛି ଫରକ୍ ପଡୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.