ନର୍ଲାରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ୭୮ ତମ ସ୍ବାଧିନତା ଦିବସ ପାଳନ ପାଇଁ ପଞ୍ଚାୟତ ସମିତିର ସମ୍ମେଳନ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତ, ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ସେକ୍ସନ ଅଫିସର ଦିଗ ପଧାନ, ମାଉଣ୍ଟେନ କିଡ୍ସ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ନବୀନ କିଶୋର ଦାସ, ନର୍ଲା କଲେଜର ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ଜୟଦୂର୍ଗା ହାଇସ୍କୁଲର କ୍ରୀଡା ଶିକ୍ଷକ ନାରାୟଣ ପଧାନ, ବିପିଏମ ସବୀର ପଧନ, ନର୍ଲା ଶିଶୁ ମନ୍ଦିରର ଆଚାର୍ଯ୍ୟ ତୁଳସୀରାମ ବିଶି ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ। ଶୃଙ୍ଖଳିତ ଭାବରେ ୭୮ତମ ସ୍ବାଧିନତା ଦିବସ ପାଳନ ନେଇ ଆଲୋଚନା ହୋଇଥିଲା।

Omkar Vasthu
Omkar Vasthu

ପ୍ରତିବର୍ଷ ନର୍ଲା ହାଇସ୍କୁଲ ପଡିଆରେ ଗଣ ପତାକା ଉତ୍ତୋଳନ ଓ ଛାତ୍ରଛାତ୍ରୀଙ୍କ ପ୍ୟାରେଡ ଅନୁଷ୍ଠିତ ହୋଇଥାଏ। ବିଡ଼ିଓ ଶ୍ରୀ ସୁନା ସମସ୍ତଙ୍କୁ ସ୍ବାଗତ କରିବା ପରେ ବିଏସଏସଓ ପ୍ରଦୀପ ବେହେରା ଗତ ବୈଠକର ବିବରଣୀ ପଠନ କରିଥିଲେ। ଚଳିତ ବର୍ଷ ସ୍ବାଧିନତା ଦିବସ ପୂର୍ବ ବର୍ଷ ଭଳି ହେବ। ୧୧ଗୋଟି ସ୍କୁଲ କଲେଜର ଛାତ୍ରଛାତ୍ରୀ ସାମୁହିକ ପ୍ୟାରେଡରେ ଅଂଶ ଗ୍ରହଣ କରିବେ। ସଙ୍ଗୀତ, ବକ୍ତୃତା, ପ୍ରବନ୍ଧ, କ୍ୱିଜ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସିନିଅର (ଯୁକ୍ତଦୁଇ ଓ ଡ଼ିଗ୍ରୀ), ଜୁନିୟର (୮ମ, ୯ମ ଓ ୧୦ମ) ଶ୍ରେଣୀ, ସବ ଜୁନିୟର (୪ର୍ଥ ରୁ ୭ମ) ଶ୍ରେଣୀ ଭାବରେ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ। ମାଉଣ୍ଟେନ୍ସି କିଡସ ସ୍କୁଲରେ ସିନିଅର ଛାତ୍ରଛାତ୍ରୀଙ୍କ, ନର୍ଲା ହାଇସ୍କୁଲରେ ଜୁନିୟର ଓ କେନ୍ଦ୍ର ପ୍ରଥମିକ ନିଦ୍ୟାଳୟରେ ସବ ଜୁନିୟର ପିଲାଙ୍କ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏଥର ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ମିଳିବ ବୋଲି ସ୍ଥିରୀକୃତ ହେଲା। ଏହାସହ ବାରମ୍ଵାର ଲଘୁଚାପ ବର୍ଷା ହେଉଥିବାରୁ ପାଗକୁ ଦେଖି କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.