ମହାଶକ୍ତି ଫାଉଣ୍ଡେସନ ତରଫରୁ ବିଶ୍ଵ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମହାଶକ୍ତି ଫାଉଣ୍ଡେସନ ବଲାଙ୍ଗିର ଏବଂ ଏଲ ଟି ଆଇ ମାଇଣ୍ଡ ଟ୍ରି ଫାଉଣ୍ଡେସନ ର ମିଳିତ ଆନୁକୁଲ୍ୟରେ ମଦନପୁର ରାମପୁର ବ୍ଲକ ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୪ ପାଳିତ ହୋଇଥିଲା। ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୪ ଉପଲକ୍ଷେ ସମ୍ମାନିତ ଅତିଥି , ଡମ୍.କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସ୍ନିଗ୍ଧାରାଣୀ ରଣା ଏବଂ ମହାଶକ୍ତି ଫାଉଣ୍ଡେସନ ର ସ୍ବାସ୍ଥ୍ୟ ପୁଷ୍ଟି ବିଶେଷଜ୍ଞ ଶ୍ରୀମତୀ ପ୍ରଜ୍ଞାରାଣୀ ବାରିକ, ପ୍ରକଳ୍ପ ପରିଚାଳକ ଫିରୋଜ କୁମାର ଠାଠୀ ପ୍ରଭୁତି ଉପସ୍ଥିତ ରହି ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା, ମାନଙ୍କୁ ଜନ୍ମରୁ ୬ ମାସ ମା କ୍ଷୀର ଏବଂ ୬ ମାସ ପରେ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ର ମହତ୍ତ୍ଵ ବୁଝାଇଥିଲେ।

Omkar Vasthu
Omkar Vasthu

“ଜୀବନର ପ୍ରଥମ ୧୦୦୦ ଦିନ ର ମହତ୍ତ୍ଵ” ବିଷୟରେ ମହାଶକ୍ତି ଫାଉଣ୍ଡେସନ ର ସ୍ବାସ୍ଥ୍ୟ-ପୁଷ୍ଟି ବିଶେଷଜ୍ଞ ଶ୍ରୀମତୀ ପ୍ରଜ୍ଞାରାଣୀ ବାରିକ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସେ ଉପସ୍ଥିତ ମା ମାନଙ୍କୁ ଶିଶୁ ଓ ମା ମାନଙ୍କପାଇଁ ପୁଷ୍ଟିକର ଖାଦ୍ୟ କିପରି ତିଆରି କରାଯାଏ, ସେ ବିଷୟରେ ବୁଝାଇ ଥିଲେ ଏବଂ ଦେଖାଇଥିଲେ । ମହାଶକ୍ତି ଫାଉଣ୍ଡେସନ ଏବଂ ଏଲ ଟି ଆଇ ମାଇଣ୍ଡ ଟ୍ରୀ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ଆସନ୍ତା ଚାରିବର୍ଷ ମଧ୍ୟରେ ମ. ରାମପୁର ବ୍ଲକ ରେ ଥିବା ପାଞ୍ଚଗୋଟି ଗ୍ରାମ ପଞ୍ଚାୟତ ରେ ସମନ୍ୱିତ ଗ୍ରାମ୍ୟ ବିକାଶ ଯୋଜନା ର ପରିକଳ୍ପନା କରାଯାଇଛି। ଏହି ଯୋଜନା ମାଧ୍ୟମରେ ପାଞ୍ଚଗୋଟି ଗ୍ରାମ ପଞ୍ଚାୟତ ରେ ପରିବେଶ ସଂରକ୍ଷଣ, ଜୀବନ ଜୀବିକା, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଓ ପୁଷ୍ଟି ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯିବ। ସ୍ଥାନୀୟ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ସ୍ବାସ୍ଥ୍ୟ ଏବଂ ପୁଷ୍ଟି ର ଉନ୍ନତି ପାଇଁ ଭାରତ ଏବଂ ଓଡ଼ିଶା ସରକାରଙ୍କ ସହାୟତା ରେ ବିଭିନ୍ନ ପଦକ୍ଷେପ ମାନ ହାତକୁ ନିଆଯାଇଛି।ଉପରୋକ୍ତ କାର୍ଯ୍ୟକ୍ରମକୁ ସମନ୍ମିତ ଗ୍ରାମ୍ୟ ଉନ୍ନୟନ ଯୋଜନା, ମ. ରାମପୁର ବ୍ଲକ ସଂଯୋଜକ ଭାଗ୍ୟଶ୍ରୀ ରାଉତ, ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.