ଖୋର୍ଦ୍ଧା-ବଲାଙ୍ଗିର ରାଜପଥ ପାଲଟିଛି ମରଣଯନ୍ତା

ଅଢେଇବର୍ଷ ଭିତରେ ୧୦୦ରୁ ଉର୍ଦ୍ଧ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩୫ଜଣ

ଏକ୍ସିଡେଣ୍ଟ ଯୋନ ଚିହ୍ନଟ କରାଯାଉନାହିଁ କି ବାଏପାସ ରାସ୍ତା ନିର୍ମାଣ ହେଉନାହିଁ 

ସୋନପୁର,୮/୭ : ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଅଢେଇବର୍ଷ ଭିତରେ ୧୦୦ରୁ ଉର୍ଦ୍ଧ ଦୁର୍ଘଟଣାରେ ୩୫ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହାସତ୍ୱେ ଏକ୍ସିଡେଣ୍ଟ ଯୋନ ଚିହ୍ନଟ କରାଯାଉନାହିଁ କି ବାଏପାସ ରାସ୍ତା ନିର୍ମାଣ କରାଯାଉନାହିଁ । ଟ୍ରାଫିକ ବ୍ୟବସ୍ଥା ଉପରେ ଆଦୌ ଦୃଷ୍ଟି ଦିଆଯାଇ ନଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି । ସୋନପୁର ଭଳି ପଛୁଆ ଜିଲାର ବିକାଶ ପାଇଁ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଉନ୍ନତିକରଣ ନିତ୍ୟାନ୍ତ ଆବଶ୍ୟକ ରହିଥିଲା । ଏହି ଦୃଷ୍ଟିକୌଣରୁ ଖୋର୍ଦ୍ଧା ଠାରୁ ନୟାଗଡ, ଦଶପଲ୍ଲା-ମାଧପୁର-ଚାରିଛକ-ପୁରୁଣାକଟକ-ବୌଦ୍ଧ-ସୋନପୁରଦେଇ ବଲାଙ୍ଗିର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ୫୭ନଂ ଜାତୀୟ ରାଜପଥର ଉନ୍ନତିକରଣ ହେବା ପରେ ଜିଲାର ବିକାଶ ମାନଚିତ୍ର ପରିବର୍ତ୍ତନ ଘଟିଛି । ଜାତୀୟ ରାଜପଥର ସଂଯୋଗୀକରଣ ଯୋଗୁଁ ପୁରୁଣା ରାସ୍ତାର ଦୋହରୀକରଣ କରାଯାଇଛି । ଜାତୀୟ ରାଜପଥର ଗୁରୁତ୍ୱ ବୃଦ୍ଧି ସାଙ୍ଗକୁ ବହୁ ସଂଖ୍ୟାରେ ଯାନବାହାନ ଚଳାଚଳ କରୁଛି । ଯାନବାହାନ ସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରତିଦିନ ଜାତୀୟ ରାଜପଥରେ ଛୋଟବଡ ସଡକ ଦୁର୍ଘଟଣା ଘଟୁଛି । ବେପରୁଆ ଗାଡି ଚାଳନା ସାଙ୍ଗକୁ ବାଇକରେ ବେନିୟମଭାବେ ଚାଇନା ଲାଇଟ ବ୍ୟବହାର ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି । ଏକ୍ସିଡେଣ୍ଟ ଯୋନ ଏରିଆରେ କୌଣସି ସୂଚନା ପଥଚାରୀଙ୍କ ପାଇଁ ନଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି । ରାଜପଥ ଉପରେ ବୁଲା ଗାଈଗୋରୁ ଦୂର୍ଘଟଣାର ଅନ୍ୟ ଏକ କାରଣ । ବ୍ଲକର ସବୁଠାରୁ ଜନଗହଳିପୂର୍ଣ୍ଣ ବୈାଦ୍ଧ ଜିଲ୍ଲାର ମନମୁଣ୍ଡା ବଜାର ନିମନ୍ତେ ବାଏପାସ ରାସ୍ତା ନିର୍ମାଣ ଜରୁରୀ ରହିଥିବା ବେଳେ ଜାତୀୟ ରାଜପଥ ବିଭାଗର ମନ୍ଥର ଗତି ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବା ସାଙ୍ଗକୁ ଜାତୀୟ ରାଜପଥ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଯାନବାହାନ ସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରତିଦିନ ଜାତୀୟ ରାଜପଥରେ ଛୋଟବଡ ସଡକ ଦୁର୍ଘଟଣା ଘଟୁଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.