ଲାଞ୍ଜିଗଡ଼,୧୦/୭ : ଶିକ୍ଷକ ମାନେ ନିଜ ଦରମା ଠିକ୍ ସମୟରେ ନ ପାଇବାରୁ ମଙ୍ଗଳବାର ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବିଇଓ ଅଫିସରେ ଧାରଣା ଦେଇଥିଲେ ।ଶିକ୍ଷକଙ୍କ କହିବା ଅନୁଯାୟୀ ତିନି ମାସ ହେଲା ଦରମା ନ ମିଳିବାରୁ ବାରମ୍ବାର ଶିକ୍ଷା ବିଭାଗକୁ ଜଣାଇ ଥିଲେ। ହେଲେ ସରକାର ରଥଯାତ୍ରାକୁ ଆଖି ଆଗରେ ରଖି ଦୁଇ ମାସର ଦରମା ସମସ୍ତ ବ୍ଲକକୁ ପଠାଇ ଥିଲେ। ହେଲେ ଅନ୍ୟ ବ୍ଲକ ମାନଙ୍କର ଦରମା ରଥଯାତ୍ରା ପୂର୍ବରୁ ହୋଇଥିବା ବେଳେ ଲାଞ୍ଜିଗଡ଼ ବ୍ଲକରେ ଯାତ୍ରା ପୂର୍ବରୁ ମିଳିନଥିଲା। ଯାତ୍ରାସରି ଦୁଇ ଦିନ ପରେ ଶିକ୍ଷକମାନଙ୍କୁ ଏକ ମାସର ଦରମା ଦିଆଯାଇ ଥିଲା। କିନ୍ତୁ ବର୍ଷ କର ଇନକ୍ରିମେଣ୍ଟ ପଇସା ମଧ୍ୟ ନ ପାଇବାରୁ ଶିକ୍ଷକ ସମାଜ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ।
ଏକାଉଟେଣ୍ଟଙ୍କ ଅବହେଳାକୁ ଦାୟୀ କଲେ ଶିକ୍ଷକ
ଏଲଟମେଣ୍ଟ୍ ଆସିଲେ ମଧ୍ୟ ଏକାଉଟେଣ୍ଟ ଚରଣ ଗଉଡ଼ଙ୍କ ଅବହେଳା ଯୋଗୁଁ ଦରମା ପାଇ ପାରୁନୁ ବୋଲି ଅଫିସରେ ଶିକ୍ଷକମାନେ ହୋହଲ୍ଲା କରିଥିଲେ। ଏଥିରେ ଆଜି ଶତାଧିକ ଲାଞ୍ଜିଗଡ଼ ବ୍ଳକ ଶିକ୍ଷକ ଏକତ୍ରିତ ହୋଇ ବିଇଓ ଅଫିସରେ ଧାରଣା ଦେଇଥିଲେ। ବିଇଓ ସଞ୍ଜୀବ କୁମାର ନାଏକ ଶିକ୍ଷକମାନକୁ ବୁଝାସୁଝା କଲାପରେ ବ୍ଲକକୁ ଆସିଥିବା ଦରମା ଶିକ୍ଷକମାନଙ୍କ ଏହି ଚାରିଦିନ ଭିତରେ କରି ପ୍ରତି ମାସର ୨ତାରିଖ ମଧ୍ୟରେ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଶିକ୍ଷକ ମାନେ ଧାରଣାରୁ ହଟି ଥିଲେ।
ଧାରଣା ନୁହେଁ ଦରମା ବିଷୟରେ ଆଲୋଚନା କରିବା ପାଇଁ ଆସି ଥିଲେ ଶିକ୍ଷକ – ବିଇଓ ଲାଞ୍ଜିଗଡ
ଏନେଇ ଲାଞ୍ଜିଗଡ ବ୍ଳକ ଗୋଷ୍ଠି ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକଙ୍କୁ ପଚାରିବାରୁ ଶିକ୍ଷକ ମାନେ ଧାରଣା ନୁହେଁ ଦରମା ବିଷୟରେ ଆଲୋଚନା କରିବା ପାଇଁ ଆସି ଥିଲେ।ବର୍ତ୍ତମାନ ଏଚଆରଏମଏସରେ ପ୍ରୋବ୍ଲେମ ଛାଲିଛି, ସମସ୍ତ ଶିକ୍ଷକଙ୍କ ଅପ୍ଲୋଡ଼ ଲେଟ ଯୋଗୁଁ ବିଳମ୍ବ ହେଉଛି। ଏହାପରେ ପ୍ରତି ମାସରେ ଠିକ୍ ସମୟରେ ଦରମା ପାଇବେ ବୋଲି ପ୍ରକାଶ କରିଥିଲେ।
ପର୍ବପର୍ବାଣି ସମୟରେ ଶିକ୍ଷକଙ୍କ ଦରମା ନହେବା ଏଠି ନୂଆ କଥା ନୁହଁ
ଏଠାରେ ସୂଚନାଯୋଗ୍ୟ ଯେ ଜାନିଯାତ୍ରା ସମୟରେ ଅନ୍ୟ ଅନ୍ୟ ବ୍ଲକର ଶିକ୍ଷକମାନେ ସେମାନଙ୍କ ଦରମା ପାଉଥିବା ବେଳେ ଲାଞ୍ଜିଗଡ ବ୍ଲକର ଶିକ୍ଷକ ଦରମା ନପାଇବା ନୂଆକଥା ନୁହଁ । ଗତ ବର୍ଷ ନୂଆଖାଇ ସମୟରେ ମଧ୍ୟ ଏକ ନିର୍ଧିଷ୍ଟ ଗୋଷ୍ଟିର ଶିକ୍ଷକ ଦରମା ପାଇ ନଥିଲେ । ତେଣୁ ଆଗକୁ ନୂଆଖାଇ ଆସିବ ତେଣୁ ସେହି ସମୟରେ ଏହାର ପୁନରାବୃତ୍ତି ନହେବା ଉପରେ ବିଭାଗିୟ ଅଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta






