ପରିବେଶ ସୁରକ୍ଷା ଦିଗରେ ପ୍ରେସ ୟୁନିୟନର ଆଗକୁ ଆଉଏକ ପାଦ

ରାୟଗଡା,୧୦/୭ : ସମ୍ବାଦ ପରିବେଷଣ ବ୍ୟତିରେକ ସାମାଜିକ କାର୍ଯ୍ୟକ୍ରମ, ବନିକରଣ ଓ ଜନ ସଚେତନତା କାର୍ଯ୍ୟଧାରା ପାଇଁ ରାୟଗଡ ପ୍ରେୟ ୟୁନିୟନ ସାରା ରାଜ୍ୟରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଆସିଛି । ରାୟଗଡ ସହରର ବ୍ରାହ୍ମଣ ସାହି ମୁଣ୍ଡରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମୁହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜରିଆରେ ପ୍ରେସ ୟୁନିୟନ ପରିବେଶର ସୁରକ୍ଷା ପାଇଁ ଆଉଏକ ପାଦ ଆଗକୁ ବଢ଼ାଇଛି । ଗଛ ବଞ୍ଚିଲେ ବିଶ୍ୱ ବଞ୍ଚିବ ଏହି ଚେତନା ଜାଗୃତ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଗହଣରେ ବୁଧବାର ସମୁହ ବୃକ୍ଷ ରୋପଣ କରାଯାଇଛି ।

ଗତ ୫ବର୍ଷ ଧରି ରାୟଗଡା ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ପ୍ରେସ ୟନିୟନ ସଙ୍ଗଠନ ଚାରା ରୋପଣ କାର୍ଯ୍ୟକମ୍ର କରିଆସୁଛି। ତେବେ ଚଳିତବର୍ଷ ଜିଲାପାଳ
ପ୍ରମେଦ କୁମାର ବେହେରା ଏବଂ ଏସପି ବିବେକ ସର୍ବଣା ଏମ ଅତିଥି ରୂପେ ଯେଗାଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍କୁଲ ପରିସରରେ ୟୁନିୟନର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଭାର ଆୟୋଜନ ହୋଇଥିଲା । ଜିଲାପାଳ ପ୍ରମୋଦ କୁମାର ବେହେରା ନିଜ ମତରଖି କହିଥିଲେଯେ ଚାଲ ସଭିଏଁ ମିଶିଚାରା ରୋପଣ କରିବା । ଅଜି ପୋତିଥିବା ଗୋଟିଏ ଚାରା ଆସନ୍ତା କାଲି ପାଇଁ ଜୀବନ ସାବ୍ୟସ୍ତ ହେବବୋଲି କହିଥିଲେ । ସେହିପରି ଗଛ ଲଗାଇବା ଏବଂ ତାର ଯତ୍ନନେବାକୁ ଏସପି ବିବେକ ସର୍ବଣା ଛାତ୍ରୀଛାତ୍ରଙ୍କୁ ଆହ୍ୱାନ ଦେଇଥିଲେ । ପରେ ସ୍କୁଲ ପରିସରରେ
ଛାତ୍ରୀଛାତ୍ର ଏବଂ ଅତିଙ୍କୁ ନେଇ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ସେହିପରି ପିଲାଙ୍କୁ ଗଛର ଉପକାରୀତି ଦିଗରେ ଚେତନା ଜାଗତୃ କରିବା ପାଇଁ ବିଦ୍ୟାଳୟର କନିଷ୍ଟ ଏବଂ ବରିଷ୍ଠ ବର୍ଗର ଛାତ୍ରୀଛାତ୍ରଙ୍କୁ ନେଇ ପରିବେଶର ଯତ୍ନ ଶିର୍ଷକ ବୃକ୍ତୃତା ପ୍ରତିଯୋଗତି ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବରଷ୍ଠ ବର୍ଗରେ ସିଦ୍ଧାନ୍ତ କୁମାର ପାଳ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ପଙ୍କଜନୀ ବାତ୍ରୀୟା ଏବଂ ସଞ୍ଜନା ବିଡିକା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ସେହିପରି କନିଷ୍ଟ ବର୍ଗରେ ଶିରିସା ପାଲାକା ପ୍ରଥମ, ପ୍ରୀୟା ସଗଡିଆ ଦ୍ୱିତୀୟ ଏବଂ ହାରିକାରାଣୀ କୌଶଲ୍ୟା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ।

ସେମାନଙ୍କୁ ଜିଲାପାଳ ଏବଂ ଏସପି ପୁରସ୍କୃତ କରିଥିଲେ । ଏହି ଅବସରରେ ବନବିଭାର କର୍ମଚାରୀ ସମେତ , ଗୋଷ୍ଟି ଶିକ୍ଷାଧିକାରୀ ରଜନୀକାନ୍ତ ସାମନ୍ତରାୟ, ପ୍ରଧାନ ଶିକ୍ଷକ ରଜନୀକାନ୍ତ ପାଢ଼ୀ ସହକାରୀ ଶିକ୍ଷକ ଶିବରାମ ମିଶ୍ର, ପଦ୍ମାବତୀ ଶବର, ସେବତୀଲତା ମହାନ୍ତି, ରଜନୀରାଣୀ ସତପଥି ଉପସ୍ଥିତ ଥିଲେ । ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଚାରା ରୋପଣ କରିଥିବା ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ୟୁନିୟନର ଉପଦେଷ୍ଟା ସୁରେଶ ଦାସ, ସମ୍ପାଦକ ମନୋଜ କୁମାର ସାହୁ, ସଦସ୍ୟ ସୁବାଷ ସୂର୍ଯ୍ୟ, ସନ୍ତୋଷ କୁମାର ପାଢ଼ୀ, ପରମାନନ୍ଦ ପ୍ରଧାନ, ପ୍ରଦୀପ ପାତ୍ର , ସର୍ବେଶ୍ୱର ରାଓ, ରଶ୍ମୀ ରଞ୍ଜନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.