ଜୁନାଗଡ଼,୧୦/୭ : ସରକାରୀ ସ୍ଥରରେ ଚାଷୀଙ୍କ ସୁବିଧା ଅସୁବିଧା ପ୍ରତି ଦ୍ଧ୍ୟାନ ଦେଉନଥିବା ପ୍ରତିଫଳିତ ହୋଇଛି ଚାରବାହାଲ ଠାରେ । ଚାଷୀର ଉତ୍ପାଦିତ ଧାନ ପଡିରହିଛି ମଣ୍ଡିରେ ଏପଟେ ଟାର୍ଗେଟ ନଥିବା ଦର୍ଶାଇ ପ୍ରଶାସନ ମଣ୍ଡି ବନ୍ଦ କରିଛି । ବିଚରା ଚାଷୀ ଅନ୍ୟୋପାୟ ହୋଇ ଆନ୍ଦୋଳନକୁ ଆଦରିନେଇଛି । ଧାନ ଉଠାଇବା ଦାବିରେ ଚାରବାହଲ ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ କୂଳ ।
ଜିଲ୍ଲା ପ୍ରଶାସନ କୃଷକଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବହଲ ଧାନ ମଣ୍ଡିରୁ ଟାର୍ଗେଟ ନଥିବାରୁ ଜିଲ୍ଲା ଯୋଗାଣ ବିଭାଗ ଧାନ କିଣିବା ବନ୍ଦ କରିଥିବା ବେଳେ ଚାଷୀଙ୍କ ହଜାର ହଜାର କୁଇଣ୍ଟଲ ଧାନ ପଡିରହି ଲଘୁଚାପ ବର୍ଷା ଯୋଗୁଁ ଭିଜି ଗଜା ହେବା ସହ ନଷ୍ଟ ହେବାରେ ଲାଗିଛି । ଅନ୍ୟପଟେ ସବୁଜାଣି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଅନ୍ୟ ଉପାୟ ନପାଇ ଆଜି (ବୁଧବାର) ଶତାଧିକ ଚାଷୀ ଜାତୀୟ ରାଜପଥ ୨୬ କୁ ଚାରବାହଲ ଠାରେ ଅବରୋଧ କରିଛନ୍ତି । ଫଳରେ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଯାତାୟତ ଠପ୍ ହୋଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ କୃଷକଙ୍କ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।
ଜୁନାଗଡ଼ ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta