ଗୋଲାମୁଣ୍ଡା ଠାରେ ଏକଲ ଅଭିଯାନ ତରଫରୁ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଲେଇ): ଏକଲ ଅଭିଯାନ ଭବାନୀପାଟଣା ଅଞ୍ଚଳ ଗୋଲାମୁଣ୍ଡା ସଞ୍ଚ ଅଭ୍ୟୁଦୟ ୟୁଥ୍ କ୍ଲବ ଦ୍ଵାରା ଆୟୋଜିତ ଖେଳକୁଦ ପ୍ରତିଯୋଗିତା ଗୋଲାମୁଣ୍ଡା ସ୍ଥିତ ଶିବାଜୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଯୋଗଦେଇ ଶୁଭ ଉଦ୍ଘାଟନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ, ଗଗନ ବିହାରୀ ମୁଣ୍ଡ, ଆସିଷ୍ଟାଣ୍ଟ ଟ୍ରେନିଙ୍ଗ ଅଫିସର ସରୋଜ କୁମାର ବେହେରା, ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ, ସୁରେନ୍ଦ୍ର ମୁଣ୍ଡ, ହୃଦାନନ୍ଦ ସା, ରଙ୍ଗାଧର ମୁଣ୍ଡ,ଅଜିତ ଚଲାନ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ଏବଂ ଲମ୍ବ ଡିଆଁ, ଉଚ୍ଚ ଡିଆଁ, କବାଡି, କୁସ୍ତି ଓ ଶେଷରେ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୫୦ ଜଣ ଛାତ୍ର ଛାତ୍ରୀ, ୧୮ ଜଣ ଗ୍ରାମ ସମିତି ଉପସ୍ଥିତ ରହିଥିଲେ । ପ୍ରତିଯୋଗିତାରେ ୪୦ ଜଣ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଞ୍ଚଳ ଅଭିଯାନ ଟିକେଶ୍ୱର ମାଝୀ, ଘନଶ୍ୟାମ ଭାଟି, ସୁରେନ୍ଦ୍ର ରାଉତ, ଡମ୍ବରୁଧର ମାଝୀ, ଚଉବନ ମାଝୀ, ସଞ୍ଚ ପ୍ରମୁଖ ଧନୁର୍ଯ୍ୟ ବନ୍ଦିଛୋଡ ଏବଂ ଖେଳ ଶିକ୍ଷକ ଭାବର ବ୍ରହ୍ମା ପ୍ରସାଦ କାଣ୍ଡ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୩୦ଟି ବିଦ୍ୟାଳୟର ଆଚାର୍ଯ୍ୟମାନେ ଉପସ୍ଥିତ ରହିଥିଲେ । ସଞ୍ଚ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.