ମ.ରାମପୁର ଜୋନ-୧ରେ ବିଜେଡିର ଜନ ସଂପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ରୁ ଆରମ୍ଭ ହୋଇଛି ବିଜେଡି ର ଜନ ସମ୍ପର୍କ ପଦଯାତ୍ରା। ଏହି କ୍ରମରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଙ୍କ ନେତୃତ୍ୱରେ ଗତ କାଲି ୨୧/୧୦ ସୋମବାର ଠାରୁ ନର୍ଲା ନିର୍ବାଚନ ମଣ୍ଡଳୀର ମଦନପୁର ରାମପୁର ବ୍ଲକର ଜିଲ୍ଲା ପରିଷଦ ଜୋନ- ୨ ରେ ବିଜୁ ଜନତା ଦଳର ଜନ ସଂପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ମଙ୍ଗଳବାର ମଦନପୁର ରାମପୁର ର ଜୋନ ୧ ରେ ଅନୁଷ୍ଠିତ ହୋଯାଇଅଛି ଜନ ସମ୍ପର୍କ ପଦଯାତ୍ରା।

Omkar Vasthu
Omkar Vasthu

ନର୍ଲା ବିଧାୟିକା ମନୋରମା ମହାନ୍ତି ଜନ ସମ୍ପର୍କ ପଦଯାତ୍ରା ବେଳେ ବିଭିନ୍ନ ଗ୍ରାମରେ ଲୋକଙ୍କୁ ସମ୍ବୋଧନ କରି ଉଦବୋଧନ ଦେଇଥିଲେ। ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଲୋକଙ୍କ ପାଇଁ ହୋଇଥିବା ବିଭିନ୍ନ ଜନହିତକର ଯୋଜନା ଓ ଏହାର ସଫଳତା ବିଷୟରେ ବଖାଣିବା ସହ ଅପାରଗ ମୋହନ ସରକାର ବିଫଳ ହୋଇଛନ୍ତି। ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇଛନ୍ତି ବୋଲି କହି ବିଜେପି ସରକାର ଉପରେ ବର୍ଷିଥିଲେ। ମୋହନ ସରକାର ଓଡ଼ିଶାର ସରଳ ମା ଭଉଣୀ ମାନଙ୍କୁ ମିଛ ପ୍ରତିଶୃତି ଦେଇ ଭୋଟ ନେଇଛନ୍ତି। ଏ ବିଜେପି ସରକାରଙ୍କ ସମୟରେ ଅରାଜକତା ବଢ଼ି ଯାଇଥିବା ବେଳେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ପଦଯାତ୍ରା କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ରାଜ୍ୟ ସରପଞ୍ଚ ସଙ୍ଘ ସଭାପତି ରୋମାଞ୍ଚକ ସାହୁ, ସତ୍ୟ ସାହୁ, ନବୀନ ପଧାନ, ପ୍ରଦୀପ ସାହୁ, ଭବାନୀ ସାହୁ, ରାଜେଶ ପାଠକ, ବିକାଶ ରଞ୍ଜନ ସିଂଦେଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ପଦଯାତ୍ରା ବୁରାଟ ଛକ ଠାରୁ ଆରମ୍ଭ କରି ତୁଯୁଙ୍ଗ, ନୁନପୁର, ବମକ, ସାଇଦଲଙ୍ଗା,ମୁଣ୍ଡିଙ୍ଗ, ମାସ୍କ୍ୱାଦାଣ୍ଡି, ଡ଼ଙ୍ଗାପଟା, ଅଇଲାପାଳି, ଆମ ଗାଁ, ପଣକା ମାଲ,ସାଲେପାଳି, ବାରବାରବନ୍ଧା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶୈଳେନ୍ଦ୍ର, ସରୋଜ କୁମାର ରାଉତ, ଗୋବିନ୍ଦ ତାଣ୍ଡି, ଚଣ୍ଡୀଦାସ ସାହୁ, ସୁଦର୍ଶନ ଦୋରା, ଘାସିରାମ ସାହୁ, ମନ୍ମଥ ପଧାନ, କିଶୋର ମାଝୀ, ସତ୍ୟ ସାହୁ ରାମପୁର ସରପଞ୍ଚ ପ୍ରମୁଖ ସାମିଲ ହୋଇଥିଲେ। ଗୋବିନ୍ଦ ତାଣ୍ଡି, ଦେବେନ୍ଦ୍ର ସା, ହେମନ୍ତ ଭୋଇ, ସାମ୍ୱାଦିକ ଅଭିରାମ ନନ୍ଦ, ଚଣ୍ଡୀଦାସ ସାହୁ, ଘାସିରାମ ସାହୁ, ଜତୀନ ନାୟକ,ସୁଦର୍ଶନ ଦୋରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବୁଧବାର ନର୍ଲା ବ୍ଲକର ଜୋନ ୧ ରେ ଘଣ୍ଟମାଳ ଠାରୁ କର୍ମେ ଗାଁ ଗ୍ରାମ ପଞ୍ଚାୟତ ଯାଏଁ ୧୦ ଗୋଟି ଗ୍ରାମ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.