ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ରେ ୫୪୨ ଜଣ ଛାତ୍ର ଛାତ୍ରୀ ବୃତ୍ତି ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି । ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ନିମନ୍ତେ ୨୮୨ଜଣ ବିଦ୍ୟାର୍ଥୀ ଆବେଦନ କରିଥିବା ବେଳେ ୨୪୧ଜଣ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ । ବଳକା ୪୧ଜଣ ବିଦ୍ୟାର୍ଥୀ ଅନୁପସ୍ଥିତ ରହିଥିଲେ । ଏଥିରେ ରାମନାଥ କାଡ୍ରାକା ସୁପରିଟେଣ୍ଡର ରହିଥିବା ବେଳେ ସୁଶୀଲ କୁମାର ମହାପାତ୍ର, ଶିବରାମ କାଡ୍ରାକା ଡେପୁଟି ସୁପରିଟେଣ୍ଡର ଭାବେ ରହିଥିଲେ । ଉଚ୍ଚ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ୩୪୮ଜଣ ଛାତ୍ର ଛାତ୍ରୀ ଆବେଦନ କରିଥିବା ବେଳେ ୩୦୧ଜଣ ପରୀକ୍ଷା ଦେଇଛନ୍ତି । ବଳକା ୪୭ଜଣ ଅନୁପସ୍ଥିତ ରହିଥିଲେ । ଏଥିରେ ହରେକୃଷ୍ଣ ଭାତ୍ରୀଆ ସୁପରିଟେଣ୍ଡର ଭାବେ ରହିଥିବା ବେଳେ ଡେପୁଟି ସୁପରିଟେଣ୍ଡର ଭାବେ ବସନ୍ତ ପାଢ଼ୀ ଓ ନରେଶ ଛୁଆଲସିଂ ରହିଥିଲେ । ଆବଜର୍ବ ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀ ରହିଥିବା ବେଳେ ନୂତନ ଗୋଷ୍ଠି ଶିକ୍ଷାଅଧିକାରୀ ପ୍ରତିଶୃତି ସିଂ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ଏଥିରେ ଅନ୍ୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।





