ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ଏକ ଦିବସୀୟ ତାଲିମ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମଶାଳା ର ଶୁଭାରମ୍ଭ କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ନେଇ ଅନୁଷ୍ଟିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବ୍ଲକର ବଲାଡି, ଖାରୀ, ଛକରମାଲ ଏବଂ ନାରାୟଣପୁର ଗ୍ରାମ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିଆରପି,ଏମବିକେ ଏବଂ ଭିଡବ୍ଲୁଏସଏସ ସଦସ୍ୟ ମିଶି ମୋଟ ୪୯ ଜଣ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଏପିଡି ତାଲିମ ଶୈବାଳିନୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ପରିଚାଳକ( DPMRGSA) ଜିଲ୍ଲା ପରିଷଦ ଯୋଗାନନ୍ଦ ମେହେର, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ବିକାଶ ତରାଇ, କନିଷ୍ଟ ଯନ୍ତ୍ରୀ ଦିଲ୍ଲୀପ ବେହେରା, ଡ଼ିଏସସି ବଂଶୀଧର ନାଏକ ଏବଂ ତାଲିମ ଦାତା ଶେଷଦେବ ବାରିକ ପ୍ରମୁଖ ଯୋଗଦେଇଥିଲେ। ଏହି ତାଲିମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏହି ଦୁଇ ଦିନରେ ବ୍ଲକର ବାକି ଅନ୍ୟ ପଞ୍ଚାୟତର କର୍ମକର୍ତ୍ତା ତାଲିମ ଗ୍ରହଣ କରିବା କାର୍ଯକ୍ରମ ରହିଛି।