ଡିସେମ୍ବର ୨୫ରୁ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ 

ମନୋନୀତ ହେଲେ କର୍ମକର୍ତ୍ତା : ବିନ୍ଦୁସାର ବିଶି ସଭାପତି, ଲଲିତ ବାଣୁଆ ସଂପାଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଦଣ୍ଡପାଟ ଅଞ୍ଚଳର ସଂସ୍କୃତି, ପରମ୍ପରା, ଐତିହ୍ୟର ପ୍ରଚାର ପ୍ରସାର ପାଇଁ ୬ ବର୍ଷ ହେବ ଚାଲିଆସୁଛି ଅଞ୍ଚଳର ସର୍ବବୃହତ ଲୋକମହୋତ୍ସବ “ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ”। ଏହି ଅବସରରେ କମିଟି ପକ୍ଷରୁ ୨୦୨୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସରି ଯାଇଛି। ଆସନ୍ତା ଡିସେମ୍ବର ୨୫ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବକୁ ସୁଚାରୁରୂପେ ସଂପାଦନ କରିବା ପାଇଁ କମିଟି ସଦସ୍ୟମାନେ ପ୍ରସ୍ତୁତ ହୋଇଛନ୍ତି। ଚଳିତ ବର୍ଷ କମିଟି ପକ୍ଷରୁ ସଭାପତି ଭାବେ ବିନ୍ଦୁସାର ବିଶି, ଉପସଭାପତି ଭାବେ ଉପେନ୍ଦ୍ର ନାଏକ, ସଂପାଦକ ଭାବେ ଲଲିତ ବାଣୁଆ, ସହ-ସଂପାଦକ ଭାବେ ଭବାନୀଶଙ୍କର ବାରିକ ଏବଂ ବାଳକ୍ରୁଷ୍ଣ ବିଶିଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ମୂଖ୍ଯ ମଞ୍ଚ ସଂଯୋଜକ ଭାବେ କ୍ଷୀରସିନ୍ଧୁ ବାଣୁଆଙ୍କୁ ମନୋନୀତ କରାଯାଇଥିଲା। ଏହି ଅବସରରେ ନବ ମନୋନୀତ କର୍ମକର୍ତ୍ତାଙ୍କୁ କମିଟିର ବରିଷ୍ଠ ସଦସ୍ୟ ଭବେଶ ଗଇଁତା, ତ୍ରିଲୋକ ସିଂହ, ଭିକାରୀ ଚରଣ ଗୋପାଳ, ତରେଶ ବିଶି, ଚନ୍ଦ୍ରକାନ୍ତ ରଣା, ଡମ୍ବରୁଧର ନାଏକ, ଗୁଣନିଧି ନାଗ, ଇଶ୍ବର ବାଣୁଆ, ଗଗନ ନାଏକ, ହୁକିମ ବିଶି, ହେମାଲ ବିଶି ଶୁଭେଚ୍ଛା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.