କର୍ତ୍ତବ୍ୟରତ ଶିକ୍ଷକଙ୍କ ମଦ ପିଉ ଥିବା ଭିଡିଓ ଭାଇରାଲ ପ୍ରସଙ୍ଗ : କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ମୂଳକ ବଦଳୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା କାସିବାହାଲ କ୍ଲଷ୍ଟର ଧନସରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜୈନେକ ଶିକ୍ଷକ ଦିବ୍ୟଲାଲ ଛତ୍ରିଆ କର୍ତ୍ତବ୍ୟରେ ଯୋଗ ଦେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ବାହାରୁ ଆସୁଛି କହି ମଦକୋଠିରେ ବସି ମଦ ପିଉଥିବା ଭିଡିଓ ଭାଇରାଲ ପ୍ରସଙ୍ଗକୁ ନେଇ “ଓଡ଼ିଆବାର୍ତ୍ତା” ସମେତ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶପାଇଥିଲା। ଯାହାକୁ ନେଇ ବ୍ଲକ ଶିକ୍ଷାଧିକାରୀ ଏକ ତଦନ୍ତ ଟିମ ପଠେଇ ଘଟଣାର ସତ୍ୟା ସତ୍ୟ ପରଖିଥିଲେ ଓ କାର୍ଯ୍ୟାଳୟ ରେ ରିପୋର୍ଟ ଦାଖଲ କରିଥିଲେ। ଏନେଇ ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିତା ନେତାମ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଅନୁକମ୍ପା ମୂଳକ ବଦଳି ରେ ସୀମିତ କରି ଦାୟିତ୍ୱ ସାରିଦେଇଛନ୍ତି। ଏପଟେ ବଦଳି ଆଦେଶର ପାଞ୍ଚ ଦିନ ପୁରି ଯାଇଥିଲେ ହେଁ ଉକ୍ତ ଶିକ୍ଷକ ଦିବ୍ୟଲାଲ ଛତ୍ରିଆଙ୍କୁ ରିଲିଫ କରାଯାଉନାହିଁ। ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ, ସିଆରସିସି, ବିଆରସି ଶିକ୍ଷକଙ୍କ ରିଲିଫ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେଇ ବାହାନା ମାରି ଦିନ ଗଡେଇ ଚାଳୁଛନ୍ତି। ଯାହାକୁ ନେଇ ଗ୍ରାମବାସୀ, ବୁଦ୍ଧିଜୀବୀ, ଓ ପରିଚାଳନା କମିଟି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଶିକ୍ଷକ ଜଣକପ୍ରତି ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ କେଉଁ ଚାପରେ ପଡି ବିଭାଗ କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାହା ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତିl କିଛିଦିନ ଭିତରେ ଯଦି ବିଭାଗ ପକ୍ଷରୁ ବଦଳି ଓ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଗୋଷ୍ଠୀଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବା ପାଇଁ ପରିଚାଳନା କମିଟି ପକ୍ଷରୁ ଚେତାବନୀ ଦେଇଛନ୍ତି। ଏ ନେଇ ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିତା ନେତାମଙ୍କୁ ପଚାରିବାରୁ ସମ୍ପୂର୍ଣ ତଦନ୍ତ ରିପୋର୍ଟ ଆସିନାହିଁ ବର୍ତମାନ ଉକ୍ତ ଶିକ୍ଷକଙ୍କୁ ଧୋବେନ ଚଞ୍ଚରା ବଦଳି କରାଯାଇଛି ସମ୍ପୂର୍ଣ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.