ତାରାତାରିଣୀ ମହାବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ରେ ଥିବା ତାରା ତାରିଣୀ ମହା ବିଦ୍ୟାଳୟରେ ପୁରୁଷୋତ୍ତମ ପୁର ର ଯୁବ ରେଡ୍ କ୍ରସ ଓ ଜାତୀୟ ସେବା ଯୋଜନା ର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ପ୍ରାୟ ଶତାଧିକ ସ୍ବେଚ୍ଛାସେବୀ ପ୍ଲାକାର୍ଡ, ବ୍ୟାନର ସହ ବିଭିନ୍ନ ସ୍ଲୋଗାନ ଦେଇ ଏଡ଼ସ ର ସଚେତନତା ବାର୍ତ୍ତା ପ୍ରେରଣ କରିଥିଲେ। ସଚେତନତା ର ବାର୍ତ୍ତା କୁ ଅଧିକ ଆକର୍ଷଣ କରିବା ପାଇଁ ସ୍ବେଚ୍ଛାସେବୀ ମାନେ ଗଞ୍ଜାମ ପ୍ରସିଦ୍ଧ ପାରମ୍ପରିକ ଦଣ୍ଡନାଚ ଶୈଳୀରେ ଏଡ଼ସ ରୋଗର କାରଣ,ଲକ୍ଷଣ ଏବଂ ନିରା କରଣ ବିଷୟରେ ବିଭିନ୍ନ ନାଚ ମାଧ୍ୟମରେ ସାହି ପରିକ୍ରମା କରି ସଚେତନ କରିଥିଲେ। ଏହି ରାଲି କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରନାଥ ପଣ୍ଡା ମହୋଦୟ ଉଦଘାଟନ କରିଥିଲେ। ଯୁବ ରେଡ୍ କ୍ରସ କାଉନସିଲରଶ୍ରୀଏନ.ମୋହନ ଓ ସହ କାଉନସିଲର ଯାମିନୀ ମିର୍ଦ୍ଧା ଏବଂ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସ ର ସୁଶ୍ରୀ ମିନାକ୍ଷୀ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକଙ୍କ ମଧ୍ୟରେ ଶ୍ରୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ଅଧ୍ୟାପିକାଙ୍କ ମଧ୍ୟରେ ଶ୍ରୀମତୀ ନମ୍ରତା ମିଶ୍ର, ଶ୍ରୀମତୀ ଅମ୍ରିତା ପ୍ରିତମ ନାୟକ, ଶ୍ରୀ ସୁଧିର କୁମାର ଦାସ, ଶ୍ରୀ କପିଳେଶ୍ୱର ଦାସ , ଦୀପକ କୁମାର ବେହେରା, ଶିବରାମ ବେହେରା , କେ. ଜଗଦିଶ୍ୱର ରାଓ ଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ସହ ଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.