ସାରସ୍ବତ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ, ‘ସାରସ୍ବତ ସାହିତ୍ୟ ସଂସଦ’ର ବାର୍ଷିକ ଉତ୍ସବ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଶିଷ୍ଟ ରମ୍ୟରଚନା ଲେଖକ ଡକ୍ଟର ନାରାୟଣ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ସମ୍ମାନିତ ବକ୍ତା, ବିଶିଷ୍ଟ ସାରସ୍ୱତ ସାଧକ ଜଗବନ୍ଧୁ ମିଶ୍ର ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗାଳ୍ପିକା ତଥା ଔପନ୍ୟାସିକା ଡକ୍ଟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶ ଓ ବିଶ୍ଵର ବର୍ତ୍ତମାନ ପରିସ୍ଥିତି, ସାମାଜିକ ସମସ୍ୟା ଓ ଆଗାମୀ ଦିନର ଆହ୍ବାନକୁ ନେଇ ସାହିତ୍ୟ ସର୍ଜନା ହେବା ଉଚିତ୍ ବୋଲି ସମ୍ମାନନୀୟ ବକ୍ତା ଓ ଅତିଥିମାନେ ମତପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ମିଶ୍ର ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ସ୍ୱଦେଶୀ ଭାବନା, ବୀରରସ ଓ ଦେଶଭକ୍ତିର ପୁନଃଜାଗରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଡକ୍ଟର ନାରାୟଣ ମହାନ୍ତି ସାହିତ୍ୟ ସର୍ଜନାରେ ଶୁଦ୍ଧତା ଆଣିବାକୁ ପ୍ରୁଫ ସଂଶୋଧନ ମହତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ।

Omkar Vasthu
Omkar Vasthu

ରମ୍ୟ-ବ୍ୟଙ୍ଗ ସାହିତ୍ୟିକ ରାଧାଶ୍ୟାମ ରାଉଳ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବାବେଳେ କବି ପ୍ରସନ୍ନ କୁମାର ସ୍ବାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସ୍ବାଗତ ଭାଷଣ ପ୍ରଦାନ ଛଳରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିପିନ ବିହାରୀ ରାଉତ ସାହିତ୍ୟ ସଂସଦର ଆଭିମୁଖ୍ୟ ଓ ଉପଲବ୍ଧି ବର୍ଣ୍ଣନା କରିଥିଲେ। ପ୍ରଦୀପ ପ୍ରଜ୍ବଳନ ଏବଂ ବନ୍ଦେ ଉତ୍କଳ ଜନନୀ ଗାନରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଂସଦର ଯୁଗ୍ମ ସମ୍ପାଦକ ଡକ୍ଟର ନିରୋଦ କୁମାର ମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଏଥିରେ ଆଡଭୋକେଟ୍ ଘାସିରାମ ବର୍ମା, ପ୍ରତିଭା ପ୍ରିୟ ଦର୍ଶିନୀ, ପ୍ରଜ୍ଞା ପରିମିତା ଆଚାର୍ଯ୍ୟ, ସୁନୀଲ ଦ୍ବିବେଦୀ, ସବ୍ୟସାଚୀ ଜେନା, ପ୍ରଚେତ କୁମାର ମିଶ୍ର, ରଶ୍ମିରଞ୍ଜନ ଶତପଥୀ ଓ ସୁଶାନ୍ତ କୁମାର ଦାସ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, କବି ଅମୀୟ ରଞ୍ଜନ ମହାପାତ୍ର, ବ୍ରହ୍ମାନନ୍ଦ ବିଶ୍ୱାଳ, ମୁରଲୀଧର ଶତପଥୀ, ରାଜୀବଲୋଚନ ଷଡ଼ଙ୍ଗୀ, ପ୍ରେମଚାନ୍ଦ୍ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ସରୋଜକାନ୍ତ ପାଇଟାଲ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.