ବିଦ୍ୟାଳୟ ସ୍ଥାନାନ୍ତର କରିବାକୁ ନାହାଲପଡାବାସୀଙ୍କ ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା ରେଙ୍ଗାଲପାଲି ପଞ୍ଚାୟତର ନାହାଲପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଲଗୁମା ପଞ୍ଚାୟତର ଗଇନ୍ତାପଡା ଗ୍ରାମରେ ସ୍ଥାପିତ ହୋଇଛି। ଏହି ସ୍କୁଲ ବ୍ୟକ୍ତିଗତ ଜାଗାରେ ସ୍ଥାପିତ ହୋଇଥିବାବେଳେ ବିଦ୍ୟାଳୟରେ ଶ୍ରେଣୀ ଗୃହ କିମ୍ବା ଅନ୍ୟ କିଛି ନିର୍ମାଣ କାର୍ଯ୍ୟ ଆସିଲେ ଜମି ମାଲିକ ମନା କରୁଛନ୍ତି। ତେଣୁ ବିଦ୍ୟାଳୟର ଉନ୍ନତି ଆଗକୁ ବଢ଼ି ପାରୁନାହିଁ। ସୂଚନା ମୁତାବକ, ନାହାଲପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୮୬ ମସିହାରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟଟି ରେଙ୍ଗାଲପାଲି ପଞ୍ଚାୟତର ନାହାଲପଡା ପରିବର୍ତ୍ତେ ଡାଲଗୁମା ପଞ୍ଚାୟତର ଗଇନ୍ତାପଡା ଗ୍ରାମର ବ୍ୟକ୍ତିଗତ ସ୍ଥାନରେ ସ୍ଥାପିତ ହୋଇଛି। ବିଭିନ୍ନ ସମୟରେ ଜମି ମାଲିକ ଜାଗା ଛାଡ଼ିବା ପାଇଁ କହୁଥିବାବେଳେ ସ୍କୁଲକୁ ଆସୁଥିବା ଗୃହ ଗୁଡ଼ିକ ନିର୍ମାଣ ହୋଇ ନ ପାରି ଅନୁଦାନ ଫେରି ଯାଉଥିବା ନାହାଲପଡା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ ରହିଥିବା ସ୍ଥାନରେ ନିଳଗିରି ବଗିଚାରେ ଗଛ ଭର୍ତ୍ତି ହୋଇଥିବା ଓ ନିକଟରେ କାଜୁ ଜଙ୍ଗଲ ରହିଛି। ତେଣୁ ବିଭିନ୍ନ ସମୟରେ ବିଦ୍ୟାଳୟକୁ ସାପ ବେଙ୍ଗ ସହ ଅନେକ ସରୀସୃପ ପସି ଆସୁଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବାବେଳେ ମୋଟ ୩୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ଅଧ୍ୟୟନ ନିମନ୍ତେ ପ୍ରଧାନ ଶିକ୍ଷକ ସହ ଜଣେ ସହ ଶିକ୍ଷକ ରହିଛନ୍ତି। ୨ଟି ଶ୍ରେଣୀ କୋଠରୀରେ ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ପଢୁ ଥିବାବେଳେ ଶ୍ରେଣୀ କୋଠରୀ ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଥିବା ପ୍ରଧାନ ଶିକ୍ଷୟିତ୍ରୀ ଭୂମିସୂତା ନାଏକ କହିଛନ୍ତି। ବିଦ୍ୟାଳୟର ଉନ୍ନତି ଆଗକୁ ବଢ଼ିବାକୁ ହେଲେ ମାଲିକାନା ଜାଗା ବାଧକ ସାଜୁଛନ୍ତି। ତେଣୁ ସ୍କୁଲ ସ୍ଥାନାନ୍ତର କରିବା ପାଇଁ ବିଭିନ୍ନ ସମୟରେ ନାହାଲପଡାବାସୀ ଜିଲ୍ଲାପାଳ ଓ ଡିପିସିଙ୍କୁ ଜଣାଇଥିବା କହିଛନ୍ତି। ଅନ୍ୟପଟେ ସ୍କୁଲଟି କାଜୁ ଜଙ୍ଗଲ ନିକଟରେ ଥିବାରୁ ବର୍ତ୍ତମାନ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ମଧ୍ୟ ବିଦ୍ୟାଳୟରେ କମିବାରେ ଲାଗୁଛି। ତେଣୁ ନାହାଲପଡା କଲୋନି ନିକଟରେ କମ୍ୟୁନିଟି ହଲ ସହ ଆବଶ୍ୟକ ଭିତ୍ତିଭୂମୀ ରହିଥିବାରୁ ସେଠାକୁ ସ୍କୁଲ ସ୍ଥାନାନ୍ତର କରିବା ପାଇଁ ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାନ୍ ପାଣିଗ୍ରାହୀଙ୍କ ସମେତ ଗ୍ରାମର ଭକ୍ତ ଗୋପାଳ, ସନୁର୍ଯ୍ୟ ବାଗ, ଉମେଶ ସାହୁ, ରମେଶ ପଟ୍ଟନାୟକ, ଲିଙ୍ଗରାଜ ପୋଡ଼, ମୋହନ ନିଏଲ, ମନୋଜ ରାଉତ, ମୁକୁନ୍ଦ ଗୋପାଳ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତମଙ୍କୁ ପଚାରିବାରୁ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ଭିତ୍ତିଭୂମୀ ରହିଛି କି ନାହିଁ ସେସବୁ ଦେଖିବା ପରେ ବିଚାର କରିବା ପାଇଁ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.