ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା ସିଜନ୍-୫ରେ ‘ଫେସ୍ ଅଫ୍ ଦ ଇୟର-୨୦୨୫’ ଭାବେ ମନୋନୀତ ହୋଇଛନ୍ତି ବାଲେଶ୍ବରର ଝିଅ ଈପସିତା ନନ୍ଦ। ଭୁବନେଶ୍ଵର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡ୍ ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର, ନିର୍ଦ୍ଦେଶକ ଓ ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଏବଂ ଲେଖକ ଓ ପ୍ରକାଶକ ସରୋଜ ବଳ। ଏଥି ସହିତ ସୋହାନି ସ୍ମୃତିକ୍ରିପା, ସାନଭି ପାଣି, ସାଇ ପ୍ରିୟାଂସ ଦାସ, ଦିବ୍ୟାଂଶି ଭୁକ୍ତା, ଦ୍ରିସାନା ସାମନ୍ତରା, ପ୍ରିୟମ୍ ପ୍ରିୟାଂସି ବେହେରା, ସାଇନି ସନୟା ବେହେରା, ସସ୍ମିତା ଜେନା, ଶ୍ରୀନିକା ପାଲ୍ ଆଦି ୯ ଜଣଙ୍କୁ ‘ଫେସ୍ ଅଫ୍ ଦ ମନ୍ଥ୍-୨୦୨୫’ ଭାବେ ସମ୍ମାନିତ କରା ଯାଇଥିଲା।
ଏହି ଉତ୍ସବରେ ଅତିଥିମାନେ ଓଡିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖି ‘ଅବିକା’ର ଏଇ ପ୍ରୟାସକୁ ପ୍ରଶଂସା କରିଥିଲେ। ‘ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୫’କୁ କବି, ଗୀତିକାର, ସଂଳାପକାର ବିଜୟ ମଲ୍ଲ ସଂଚାଳନ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ ‘ଅବିକା’ର ନିର୍ଦ୍ଦେଶକ ଅବିନାଶ ସାହୁ। ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।