ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବଲାଙ୍ଗୀରର ପତିତପାବନ ଏକାଡେମୀର ହୀରକ ଜୟନ୍ତୀ ସମାରୋହ ୨୦୨୪ କାର୍ଯ୍ୟକ୍ରମରେ ନର୍ଲା ମାଟିର ଗର୍ବ ଓ ଗୌରବ ସର୍ବେଶ୍ଵର ଭୋଇ ସମ୍ୱର୍ଦ୍ଧିତ ହୋଇଛନ୍ତି। ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଫୋକ କଣ୍ଠ ଶିଳ୍ପୀ ସର୍ବେଶ୍ଵର ଭୋଇଙ୍କୁ ଉପସ୍ଥିତ ଅତିଥି ବୃନ୍ଦ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପେଶାରେ ଜଣେ ଶିକ୍ଷକ ହୋଇଥିବା ବେଳେ ଆଞ୍ଚଳିକ ଭାଷାରେ ଗୀତ ରଚନା ଓ ସ୍ୱର ସଂଯୋଜନା କରି ମଞ୍ଚ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଏପରିକି ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ମଧ୍ଯ ଗୀତ ଶୁଣାଇ ବେଶ ପ୍ରଶଂସା ସାଉଁଟିବାରେ ସଫଳ ହୋଇ ପାରିଛନ୍ତି ସର୍ବେଶ୍ୱର୍। ଶ୍ରୀ ଭୋଇଙ୍କ ଘର ନର୍ଲା ବ୍ଲକ ଅଧିନସ୍ଥ ରେଖପୁର ଗ୍ରାମରେ। କଳାର ଭଣ୍ଡାର କଳାହାଣ୍ଡି ଜିଲ୍ଳାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ହୋଇ କଳାର ବିକାଶ ଦିଗରେ ଦୀର୍ଘ ଦିନରୁ କାମ କରି ଆସୁଛନ୍ତି। ତାଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ପତିତପାବନ ଅନୁଷ୍ଠାନର କର୍ମକର୍ତ୍ତା ଓ ବଲାଙ୍ଗୀର ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ଭୋଇ।