ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୬ଜଣ ଅସୁସ୍ଥ

ଲାଞ୍ଜିଗଡ଼,୨୨/୭ :  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅଧିନସ୍ଥ ଗଉଡ଼ଥୁଆଗୁଡା ଗ୍ରାମର ଗୋଟିଏ ପରିବାରର ୬ଜଣ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇଥିବା ଜଣାଯାଇଛି । ସେମାନଙ୍କୁ ଝାଡାବାନ୍ତି ହେବାରୁ ଲାଞ୍ଜିଗଡ଼ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଏହି ପରିବାରର ଆମଠାପଦର ଗାଁ ନିକଟ ଜଙ୍ଗଲରୁ ଛତୁ ସଂଗ୍ରହ କରିଥିଲେ ଓ ରାତି ୯ଟାରେ ରାନ୍ଧି ଖାଇଥିଲେ। ଏହାର ଘଣ୍ଟାକ ପରେ ଅର୍ଥାତ ୧୦ଟା ସମୟରେ ପୁରୁଷୋତ୍ତମ ଗଉଡ଼(୨୮), ସ୍ତ୍ରୀ ଲଷ୍ମୀ ଗଉଡ଼(୨୫), ମା’ ରୂପେନ ଗଉଡ଼(୫୦), ଶଙ୍କର ଗଉଡ଼(୨୦), ମଲ ଗଉଡ଼(୧୪)ଓ ପ୍ରତିମା ଗଉଡ଼(୧୨)ଙ୍କୁ ବାରମ୍ବାର ଝାଡା ଓ ବାନ୍ତି ହୋଇଥିଲା । ଏମାନଙ୍କ ମଧ୍ୟରୁ ଲଷ୍ମୀ ଗଉଡ଼ ଓ ନାବାଳିକା ପ୍ରତିମା ଗଉଡ଼ ଅତ୍ୟନ୍ତ ଗୁରୁତ୍ୱର ଥିବାରୁ ପୋଡ଼ାଶୀ ମାନେ ୪କିମି ତ୍ରିଲୋଚନପୁର ଗାଁକୁ ଆସି ଏକ ଟାଟା ମେଜିକ ଗାଡ଼ି ଡାକି ଆଣି ଗଉଡ଼ ଥୁଆଗୁଡା ଗାଁଠାରୁ ୧୬କିମି ଲାଞ୍ଜିଗଡ଼କୁ ଆଣି ରାତି ୧୧ଟା ୨୦ମିନିଟ ସମୟରେ ଲାଞ୍ଜିଗଡ଼ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ।

Omkar Vasthu
Omkar Vasthu

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.