ପଞ୍ଚାୟତିରାଜ ମନ୍ତ୍ରୀ ସମୀକ୍ଷା କରି ପ୍ରଶଂସା କଲେ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ଜିଲ୍ଲାରେ ଆଜି ପୂର୍ବାହ୍ନ ରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ ମିଶ୍ର, କୃଷି ଅଧିକାରୀ ସୁଧାକର ନନ୍ଦ, ଉଦ୍ୟାନ କୃଷି ଉପନିର୍ଦେଶକ ପ୍ରଫୁଲ ଭଞ୍ଜ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ଚାଷୀଙ୍କ ଦାଦନ ସମସ୍ୟା ତଥା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଚାଷୀଙ୍କ ଆୟ, ନିଯୁକ୍ତି ତଥା ସଫଳତା କୁ ଟ୍ରାକ୍ କରିବା ସହ ଅଧିକାରୀ ଯତ୍ନବାନ ହେବାକୁ କହିଥିଲେ । ଫଳରେ ଚାଷୀ ଦାଦନ କମିବ । ଜିଲ୍ଲାପ୍ରଶାସନ ବିଭିନ୍ନ ସମସ୍ୟା ଗୁଡିକ କ୍ଲଷ୍ଟର ତିଆରି କରି ସରକାରଙ୍କୁ ଜଣାଇବାକୁ ନିର୍ଦେଶ ଦେଇଥିଲେ । ସେହିପରି ଧାନ କିଣା ବ୍ୟବସ୍ଥା ବାବଦରେ ପଚାରିବୁଝିଥିଲେ । ପାନୀୟ ଜଳ ଯୋଗାଣ କୁ ନେଇକି ମନ୍ତ୍ରୀ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଆରଡବ୍ଲୁଏସଏସ ର ନିର୍ବାହୀ ଯନ୍ତ୍ରୀ ଙ୍କୁ ପୁଖାନୁପୁଙ୍ଖ ପଚାରି ବୁଝିଥିଲେ । ବିଳମ୍ବ କିମ୍ବା କୌଣସି ପ୍ରକାର ଲୋକଙ୍କ ସ୍ବାର୍ଥ ବିରୋଧୀ କମରୁ ନିବୃତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଦରକାରୀ ସ୍ଥଳେ ପ୍ରଧାନ ମନ୍ତ୍ରୀ ପକ୍କାଘର ଦରକାର ସଠିକ ସର୍ଭେ କରି ତଥ୍ୟ ଦେବାକୁ କହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସରକାର ଲୋକଙ୍କ ପାଇଁ କାମ କରୁଛି ଏବଂ ଏଥିପାଇଁ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଲୋକଙ୍କ ଦରକାର ମୁତାବକ ପ୍ରକଳ୍ପ ହେଲେ ହିଁ ସମସ୍ଯା ର ସମାଧାନ ହେଇପାରିବ । ସେହିପରି ଜିଲ୍ଲାପରିଷଦ ଅଧ୍ୟକ୍ଷା ଗ୍ରାଉନ୍ଡ ସ୍ତରରେ ଅଧିକରୁ ଅଧିକ ପ୍ରୋଶ୍ଚାହନ ହେଲେ ଲୋକେ ପ୍ରଶାସନ ର ନିକଟତର ହେବେ ବୋଲି କହିଥିଲେ। ଦାଦନ ବନ୍ଦ କୁ ନେଇକି ସମୀକ୍ଷା ପାଇଁ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.