ଶ୍ରୀ ସତ୍ୟସାଇ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ ଆନନ୍ଦ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସାଇ ସମିତିରେ କଳାହାଣ୍ଡି ଶ୍ରୀ ସତ୍ୟସାଇ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ ଆନନ୍ଦ ଉତ୍ସବ-୨୦୨୪ ଦୁଇଦିନ ଡିସେମ୍ବର ୨୪ ଓ ୨୫ ତାରିଖ ଧରି ପାଳିତ ହୋଇଛି। ଏହି ରାଜ୍ୟସ୍ତରୀୟ ଆନନ୍ଦ ଉତ୍ସବରେ ସାରା ଓଡିଶାରୁ ୬୦୦ ଜଣ ଛାତ୍ରଛାତ୍ରୀ, ୧୦୦ ଜଣ ଗୁରୁଜୀ-ଗୁରୁମା ଓ ପ୍ରତ୍ୟେକ ସମିତି ସଂଗଠନରୁ ୨ ଜଣ ପ୍ରତିନିଧି କରିଥିଲେ। ଶ୍ରୀ ସତ୍ୟସାଇ ସଂଗଠନର ରାଜ୍ୟ ସଭାପତି ସତ୍ୟ ସ୍ୱରୁପ ପଟ୍ଟନାୟକ ବାଳବିକାଶ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ସତ୍ୟସାଇ ବାବାଙ୍କ ମାନବିକ ମୂଲ୍ୟବୋଧ ଓ ଚେତନାର ବାର୍ତ୍ତା ଦେଇଥରଲେ। ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅମୀୟ କାନୁନ୍‌ଗୋ, ହରିହର ପାଢୀ, ଅରୁଣ କୁମାର ପାତ୍ର, ପ୍ରକାଶ ଦାଶ, ସୁଶ୍ରୀ ଦାଶ, ପ୍ରତାପ ଚନ୍ଦ୍ର ମହାନ୍ତି, ସିବାନୀ ରଣସିଂ, ଜୟଚନ୍ଦ୍ର ବେହେରା, ଇଭା ପରିଡା, ମାନସୀ ଦେବତା ଓ ବିଜୟଲକ୍ଷ୍ମୀ ଶତପଥି ରାଜ୍ୟ ସଂଗଠନରୁ ପ୍ରତିନିଧିତ୍ୱ କରିଥିଲେ। ଶ୍ରୀ ସତ୍ୟସାଇ ସଂଗଠନର କଳାହାଣ୍ଡି ଜିଲ୍ଲା ସଭାପତି ବେଣୁଧର କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍କୁଲ ମେନେଜର ସୁବ୍ରତ ଖାଡଙ୍ଗା, ସୂର୍ଯ୍ୟନାରାୟଣ ସେନାପତି, ବିଭୂତି ଭୂଷଣ ସାହୁ, ଗତୀକୃଷ୍ଣ ସାହୁ, ସ୍କୁଲ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ସାମନ୍ତରା ସହ ଅନେକ ସେବାଦଳ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଳବିକାଶ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଚନା, ଚିତ୍ରାଙ୍କନ, କ୍ୱୀଜ, ରଙ୍ଗୋଲି ପ୍ରତିଯୋଗୀତା ସହ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନୀର ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ହୋଇଥିଲା। ଏହି କ୍ରମରେ ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ଇ-ନିଉଜଲେଟର ରାଜ୍ୟ ସଭାପତି ସତ୍ୟ ସ୍ୱରୁପ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମଚିତ ହୋଇଥିଲା। ଏହାର ସଫଳତା ପାଇଁ ପ୍ରତାପ ଚନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.