ଆଶା ମାନଙ୍କ ନିରନ୍ତର ଦକ୍ଷତା ବୃଦ୍ଧି ତାଲିମ ଶିବିର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ନାଇକେନପାଲି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ଆଶା ମାନଙ୍କ ନିରନ୍ତର ଦକ୍ଷତା ବୃଦ୍ଧି ତାଲିମ ଶିବିର କାର୍ଯ୍ୟକ୍ରମ ଡାକ୍ତର ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପରିବାର କଲ୍ୟାଣ ବିଭାଗ ପାରିପାର୍ଶ୍ବିକ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଡ.ଚିତ୍ତ ରଞ୍ଜନ ତ୍ରିପାଠୀ, ଡ.ଲୋପାମୁଦ୍ରା ପ୍ରଧାନ, ଡ.ମାତାଙ୍ଗିନୀ ମହନ୍ତ, ଡ.ପ୍ରସନ୍ନ କୁମାର ଦାସ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ, ବହୁମୁଖୀ ସ୍ୱାସ୍ଥ୍ୟକ୍ଷେତ୍ର ପରିଦର୍ଶକ ସିମାଞ୍ଚଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ସମସ୍ତ ଆଶା ଏବଂ ମ୍ୟୁନିସିପାଲିଟି ଅଧିନସ୍ଥ ସମସ୍ତ ଆଶା ଉପସ୍ଥିତ ଥିଲେ। ୨୩ ଓ ୨୪ ଦୁଇ ଦିନ ଧରି ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ଆଶାଙ୍କୁ ତିନି ଗୃପରେ ଭାଗକରି ତିନୋଟି ସ୍ଥାନରେ ତାଲିମ ଶିବିର ଅନୁଷ୍ଠିତ କରାଯାଇଥିଲା।ଏହି ଶିବିରରେ ଡାକ୍ତର ମାନଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପରାମର୍ଶ ଦିଆଯାଇଥିଲା। ଏହି ତାଲିମର ମୂଳଲକ୍ଷ ହେଉଛି, ଆଶାମାନେ ଗାଁ ମାନଙ୍କରେ ଲୋକଙ୍କୁ କିପରି ଭାବରେ ସଚେତନ କରିବେ, ମାଆ ଓ ଶିଶୁ ର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ଏବଂ ସୁସ୍ଥ ସମାଜ ଗଠନ କରିପାରିବେ। ସମଗ୍ର କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେରଙ୍କ ସଂଯୋଜନା ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ, ସ୍ୱାସ୍ଥ୍ୟ ନଥିପତ୍ର ସହାୟକ ସୁଶାନ୍ତ ନାଏକ ପ୍ରମୁଖ ଓ ଅନ୍ୟ କର୍ମଚାରୀ ମାନେ ଶିବିରରେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.