ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ର ବିଭିନ୍ନ ଧାନ ମଣ୍ଡି ରେ ଧାନ ର ଅବ୍ୟବସ୍ଥା।କାରଣ ଗତ ରାତ୍ରି ରୁ ଲଗାଣ ବର୍ଷା ଲାଗି ରହିଛି। ଆଉ ବର୍ଷା ପ୍ରଭାବରେ ଚାଷୀ ବହୁତ ପ୍ରଭାବିତ ହୋଇଛନ୍ତି। ଜୟପାଟଣା ବ୍ଲକ ବିଭିନ୍ନ ଧାନ ମଣ୍ଡି ରେ ଧାନ ପଡ଼ିରହି ଥିବାବେଳେ ଏବେ ବର୍ଷା ଦାଉ ସାଜିଛି। ମଣ୍ଡି ରେ ହଜାର ହଜାର କ୍ଵିଣ୍ଟାଲ ଧାନ ଖୋଲା ଆକାଶ ତଲେ ପଡିରହିଥିବା ବେଳେ ବର୍ଷା ର ପରିମାଣ ଆଗକୁ ବଢ଼ିଲେ ଧାନ ଅଧିକ ନଷ୍ଟ ହେବାର ଆଶଙ୍କା ରହିଛି। କିଭଳି ଧାନ କୁ ସୁରକ୍ଷିତ ରଖା ଯିବ ଚାଷୀ ମାନେ ଚେଷ୍ଟା କରୁଛନ୍ତି। ମଇଲର୍ସ ଙ୍କ ମନମାନି ଯୋଗୁଁ ମଣ୍ଡି ରୁ ଧାନ ଉଠିବାରେ ବିଳମ୍ବ ହେଉଥିବା ଦେଖିବାକୁ ମିଳୁଛି। ଆଗକୁ ଯଦି ଲଗାଣ ବର୍ଷା ଲାଗିରହେ ତାହେଲେ ଚାଷୀ ଘୋର ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଛି।