ଅଦିନିଆ ବର୍ଷା: ମଣ୍ଡି ଓ ଖଳା ମାନଙ୍କରେ ଭିଜିଲା କୁଇଣ୍ଟାଲ କୁଇଣ୍ଟାଲ ଧାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବାବେଳେ ବୁଧବାର ଦିନ ତମାମ ବର୍ଷିଛି। କିଛି ଚାଷୀ ଟୋକନ ବିଲମ୍ବ ଯୋଗୁଁ ଅମଳ ପରେ ମଣ୍ଡିକୁ ଧାନ ନେଇ ନପାରି ଖଳାରେ ରଖିଥିବାବେଳେ ଟୋକନ ପାଇଥିବା ଚାଷୀ ବିକ୍ରୀ ନିମନ୍ତେ ମଣ୍ଡିକୁ ଧାନ ନେଇଛନ୍ତି। ଏଣେ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଥିବା ବେଳେ ଧାନ ଖଳା, ମଣ୍ଡି ସବୁଠି ଚାଷୀଙ୍କ କଷ୍ଟ ଉପାର୍ଜିତ କୁଇଣ୍ଟାଲ କୁଇଣ୍ଟାଲ ଧାନ ବର୍ଷାରେ ଭିଜି ନଷ୍ଟ ହେବାକୁ ବସିଛି।

Omkar Vasthu
Omkar Vasthu

ସୂଚନା ଅନୁସାରେ, କୋକସରା ବ୍ଳକରେ ମୋଟ ୧୮ଟି ମଣ୍ଡି ରହିଥିବାବେଳେ ସେଥିମଧ୍ୟରୁ ୬ଟି ମୁଖ୍ୟ ମଣ୍ଡି ଓ ୧୨ ଟି ଉପମଣ୍ଡି ରହିଛି। ତେବେ ବଡ଼ପୋଡ଼ାଗୁଡ଼ା, କାଶୀବାହାଲ, ଡହଗାଁ, ଖୁଣ୍ଟିଆ, ଝରିଆଗୁଡା ଏଭଲି ୫ଟି ଖୋଳା ମଣ୍ଡି ରହିଛି। ଧାନ ବିକ୍ରୀ ନିମନ୍ତେ ବ୍ଳକରେ ମୋଟ ୧୨ ହଜାର ୧୯୩ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ୩୧ ଶହ ୫ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୨୭ ହଜାର ୮ ଶହ ୬୭.୦୯ କୁଇଣ୍ଟାଲ ଧାନ ବର୍ତ୍ତମାନ ସୁଦ୍ଧା କ୍ରୟ ହୋଇଛି ସାରିଛି। ଏଣେ ୨ଶହ ୧୦ ଜଣ ଚାଷୀଙ୍କ ୮ ହଜାର ୨ଶହ ୫୧.୯୭ କୁଇଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ପଡ଼ିଥିବା ବ୍ଳକ ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମୁ ସୂଚନା ଦେଇଛନ୍ତି। କୋକସରା ବ୍ଳକରେ ଗତକାଲି ରାତିରୁ ବୁଧବାର ସକାଳ ୮ ଟା ପର୍ଯ୍ୟନ୍ତ ୬୫ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ୩ଟା ସୁଦ୍ଧା ୫୦ ମିଲିମିଟର ରେକର୍ଡ ହୋଇଛି। ଯାହା କଳାହାଣ୍ଡିର ୧୩ ଗୋଟି ବ୍ଳକ ମଧ୍ୟରୁ କୋକସରାରେ ସର୍ବାଧିକ ରହିଥିବା ବ୍ଳକ କାର୍ଯ୍ୟାଳୟରୁ ସୂଚନା ମିଳିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବ୍ଳକର କାଶୀବାହାଲ ଖୋଲା ମଣ୍ଡି ହୋଇଥିବା ବେଳେ ବର୍ଷା ଆଗରୁ ତାରପୋଲିନ ଦେଇଥିଲେ ହେଁ ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ପାଣି ଜମିରହି ଚାଷୀଙ୍କ ଧାନ ଭିଜି ଯାଇଛି। ଏଣେ ପ୍ରଶାସନ ପକ୍ଷରୁ ମୋଟର ପମ୍ପର ସାହାଯ୍ୟରେ ପାଣି ନିଷ୍କାସନ କରାଯାଉଛି। ସେହିପରି ଆମପାଣି, ଖୁଣ୍ଟିଆ, ଡହଗାଁ, କୋକସରା, ଲଡୁଗାଁ, ଟେମରା ଆଦି ମଣ୍ଡିରେ ମଧ୍ୟ ଧାନ ଭିଜିଥିବା ଜଣାପଡିଛି। ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ରହିଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ସଠିକ୍ ସୂଚନା ଦିଆଯାଇ ନଥିବାରୁ ବର୍ଷାରେ ଭିଜି ଯାଇ ଧାନ ନଷ୍ଟ ହେବାକୁ ବସିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ବର୍ଷା ହେବା ନେଇ ଚାଷୀଙ୍କୁ ସଚେତନତା କରାଇଥିଲେ ବର୍ଷକର କଷ୍ଟ ଉପାର୍ଜିତ ଧାନକୁ ଆଗୁଆ ସାଇତି ରଖିଥାନ୍ତୁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ନିଅଣ୍ଟିଆ ବର୍ଷା ଯୋଗୁଁ କୋକସରା ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖାଦେଇଥିବା ବେଳେ ଅମଳ ପରେ ବିକ୍ରୀ ବେଳକୁ ଅଦିନିଆ ବର୍ଷା ଦାଉ ସାଧୁଛି। ତେଣୁ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରିବା ପାଇଁ ଚାଷୀକୂଳ ଦାବି କରିଛନ୍ତି। ଏନେଇ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀଙ୍କୁ ପଚାରିବାରୁ ମଣ୍ଡି ନିରିକ୍ଷଣ ପାଇଁ ୪ଗୋଟି ଟିମ୍ କରାଯାଇଛି। ଚାଷୀ ମାନଙ୍କୁ ଆଗୁଆ ସୂଚନା ଦିଆଯାଇଛି। ସେମାନେ ସତର୍କ ରହିଛନ୍ତି, ବିଶେଷ କିଛି ପ୍ରଭାବ ପଡି ନାହିଁ। ବର୍ଷା ହେବା ନେଇ ସୂଚନା ସତ୍ତ୍ୱେ ମଣ୍ଡିକୁ ଆଣିଥିବା କିଛି ଚାଷୀଙ୍କ ଧାନ ଭିଜିଥିବା ଖବରଥିବା କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.