ପ୍ରଫେସର ସଞ୍ଜୟ ଶତପଥୀଙ୍କ ବିୟୋଗରେ କର୍ଲାପଡା ଡିଗ୍ରୀ କଲେଜରେ ନିରବ ପ୍ରାର୍ଥନା ସଭା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ମାଁ ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼. ସଞ୍ଜୟ କୁମାର ଶତପଥୀଙ୍କର ବିୟୋଗରେ +୩ ଡିଗ୍ରୀ କଲେଜ କର୍ଲାପଡା ଠାରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଣ ଅଧ୍ୟାପକ କର୍ମଚାରୀଙ୍କ ତରଫରୁ ଏକ ନିରବ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତେ ଦୁଃଖପ୍ରକାଶ କରିବା ସହିତ ଦିବ୍ୟଙ୍ଗତ ଆତ୍ମାର ଶାନ୍ତିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା ସଭାପତି ଦ୍ରୁବ ଚରଣ ପ୍ରଧାନ, ଇତିହାସ ବିଭାଗ ଅଧ୍ୟାପକ ରଞ୍ଜିତ ମେହେର, ସଂସ୍କୃତ ବିଭାଗ ଲଳିତ କୁମାର ପଣ୍ଡା, ଓଡ଼ିଆ ବିଭାଗ ମୋହନ ପୋଟେଲ, ଅଧ୍ୟାପିକା ଶୁଭଶ୍ରୀ ପଣ୍ଡା, ଅର୍ଚନା ସା, ଡ଼. ମଧୁମିତା ଧଙ୍ଗଡ଼ାମାଝୀ ଓ ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.