ଜାମଖୁଣ୍ଟା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ମହୁଲପଡା ଚମ୍ପିୟନ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ଼ ହାଇସ୍କୁଲ ପଡିଆଠାରେ ଜାମଖୁଣ୍ଟା ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳରେ ମାକ୍ରୀକୁ ପରାସ୍ତକରି ମହୁଲପଡା ବିଜୟ ହୋଇଥିଲା। ପ୍ରଥମେ ମାକ୍ରୀ ଟସ ଜିତି ବେଟିଙ୍ଗ କରିଥିଲା ଏବଂ ୧୦ ଓଭରରେ ୯୩ ରନ ସଂଗ୍ରହ କରିଥିଲା। ମହୁଲପଡା ଟିମ ୯ ଓଭରରେ ୯୪ ରନ କରି ବିଜୟ ହାସଲ କରିଥିଲେ। ଏଥିରେ ସର୍ବମୋଟ ୧୬ଟି ଦଳ ଭାଗ ନେଇଥିଲେ। ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାର ସୁପରିଚିତ ମଞ୍ଚ ପରିଚାଳକ ରୋହିତ ମହାନନ୍ଦ, ସମ୍ମାନିତ ଅତିଥି ଭାବେ ଧରପଗଡ଼ ସରପଞ୍ଚ ଗୀତାଞ୍ଜଳୀ ପଣ୍ଡା, ଗାଁ ଗନ୍ତିଆ ସୂର୍ଯ୍ୟ ନାରାୟଣ ବଗର୍ତ୍ତୀ, ଗାଁ ସାଥି ଲବକାନ୍ତ ବଗର୍ତ୍ତୀ, ସମାଜସେବୀ ଦେବରାଜ ଠାକୁର, ଜାମଖୁଣ୍ଟା ସ୍କୁଲର ଶିକ୍ଷକ ସୁଶାନ୍ତ କୁମାର ସେଠ,  ଟୁର୍ନାମେଣ୍ଟର ସଭାପତି ବେଣୁଧର ବଗର୍ତ୍ତୀ, ଉପ ସଭାପତି ସୁରେନ୍ଦ୍ର ଭାଟି, ସମ୍ପାଦକ ଗୋକୁଳା ନନ୍ଦ ବଗର୍ତ୍ତୀ, ସହ ସମ୍ପାଦକ ଗୋବିନ୍ଦ ଜାନି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ବେଜେତା ଦଳକୁ ମୁଖ୍ୟ ଅତିଥି ୧୫୦୦୦ ଟଙ୍କା ଅର୍ଥ ରାଶି  ପ୍ରଦାନ କରିଥିଲେ ସମ୍ମାନିତ ଅତିଥି ସୁଶାନ୍ତ କୁମାର ସେଠ ଉପବିଜେତା ଦଳକୁ ୯୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ। ଗୌରହରି ବନଛୋର, ବସୁଦେବ ପ୍ରାଧନୀ, ଭୁବନି ଭୋଇ, ସତ୍ୟନାରାୟଣ ଭାଟି, ସ୍କୋରବଡରେ ଥିବାବେଳେ ଧରାବିବରଣୀ ପ୍ରଦାନ କରିଥିଲେ ତେଜରାଜ ବଗର୍ତ୍ତୀ। କ୍ଷୀର ସିନ୍ଧୁ ମାଝୀ, ଶଙ୍କର ଭୋଇ,  ହେମସାଗାର ବଗର୍ତ୍ତୀ, ପଙ୍କଜ ଭୋଇ, ଦେବରାଜ ବଗର୍ତ୍ତୀ, ଜିତୁ ବଗର୍ତ୍ତୀ, ଆକାସ ବଗର୍ତ୍ତୀ, ରୁଦ୍ର କଟା, ଟାଇଟନ ବାଗ, ହରେକୃଷ୍ଣ ବଗର୍ତ୍ତୀ, ପୃଥ୍ୱୀରାଜ ବଗର୍ତ୍ତୀ, ସମୀର ବାଗ, ଗୋପ ବୁଡ଼େକ, ଚନ୍ଦ୍ର ଶେଖର, ଦୀପକ, ପ୍ରଦୀପ, ମାନସ, ଲେମ୍ବୁ, ରାଜ, ବବୁଲୁ ପ୍ରମୁଖଙ୍କ ସହ କମିଟିର ସମସ୍ତ ସଦ୍ୟସ ସହଯୋଗ କରିଥିଲେ। ପରିଶେଷରେ ସଭାପତି ବେଣୁଧର ବଗର୍ତ୍ତୀ ସମସ୍ତ ଅତିଥି ଓ ଖେଳାଳି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.