ଭୀମଡୁଙ୍ଗୁରିର ଇତିହାସ ଓ କିମ୍ବଦନ୍ତୀକୁ ନେଇ ଗବେଷଣା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୁର ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଭୀମ ପାହାଡ଼। ଏହି ପାହଡ଼ରେ ଆଦିମ କାଳରୁ ଥିବା ଅନେକ ଐତିହାସିକ କିମ୍ବଦନ୍ତୀ ରହିଛି। ଇଂରେଜମାନଙ୍କ ସହ ଲଢେ଼ଇ କରିବା ପାଇଁ ଦରକାର ପଡ଼ୁଥିବା ଅସ୍ତ୍ର ଶସ୍ତ୍ର ମଧ୍ୟ ଏଠି ଦେଖିବାକୁ ମିଲିଛି। ରାଜ୍ୟ ସରକାର ପର୍ଯ୍ୟଟସ୍ଥଳୀର ମାନ୍ୟତା ଦେଇଥିବା ବେଳେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ଵ ବିଭାଗ ନିଜ ଅଧୀନକୁ ନେଇ ଗବେଷଣା କଲେ ଅନେକ ଲୁଚି ରହିଥିବା ତଥ୍ୟ ସାମ୍ନାକୁ ଆସିବ। ଭାରତ ଗସ୍ତରେ ଆସିଥିବା ଜର୍ମାନୀ ବାସିନ୍ଦା ଆୟରଲାଣ୍ଡ ୟୁନଭରସିଟିର ପ୍ରତ୍ନ ତ୍ୱତବିତ ପ୍ରଫେସର ଡ. ଲିଡ଼ିଆ ଗୁଜି ଓ ତାଙ୍କ ସ୍ଵାମୀ ନିକୋଲାସ ଭୀମ ଡ଼ୁଙ୍ଗୁରିକୁ ଆସି ପାହାଡ଼ ଉପରେ ଥିବା ୬୪ ଗୁମ୍ଫା ସହ ଆଦିମ ଯୁଗର ଅସ୍ତ୍ରଶସ୍ତ୍ରକୁ ଦେଖିବା ପରେ କୁମୁରିଆ ଗାଁକୁ ଯାଇ କନ୍ଧ ଆଦିବାସୀମାନଙ୍କ ସହ ଶୁଲିଆ ଯାତ୍ରା ବିଷୟରେ ପଚାରି ବୁଝିଥିଲେ। ଡ. ଗୁଜୀ ପାହାଡ଼ ଚାରି ପଟରେ ତନ୍ନ ତନ୍ନ କରି ଦେଖିଥିଲେ। ଏଠାରେ ଆଦିମ ଯୁଗର ଶିଳାର ଅସ୍ତ୍ର ଓ ଲୁହାର ତୀର ରହିଛି। ଏହାସହ ଆଦିବାସୀଙ୍କ ଜୀବନ ଶୈଳୀକୁ ନେଇ ରହିଛ ଅନେକ ଇତିହାସ ସହ ବଡ଼ ବଡ଼ ଗୁମ୍ଫା। ଏହା କେଉଁ ଯୁଗର ତା’ର ଇତିହାସକୁ ନେଇ ଗବେଷଣା କରିବାକୁ ଭାରତ ସରକାରଙ୍କୁ ନିବେଦନ କରିବି, ଏଠିକୁ ଆସି ବହୁତ ଖୁସି ଲାଗିଲା ବୋଲି ପ୍ରଫେସର ଡ. ଗୁଜି କହିଛନ୍ତି। ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲାପାଲଙ୍କୁ ଭେଟି  ଜିଲ୍ଲାର ରାଣିପୁର ଝରିଏଲ , ହରିଶଙ୍କର, ଚାନ୍ଦଲିପାହାଡ଼ ଭୀମପାହାଡ଼ ଓ ସୁଲିଆପୀଠର ବିକାଶ ପାଇଁ ଅନୁରୋଧ କରିଥିଲେ। ବଲାଙ୍ଗୀର ଜିଳ୍ଲାର ବିକାଶରେ ସହଯୋଗ କରିବା ପାଇଁ ଜର୍ମାନୀ ମହିଳା ଡ. ଗୁଜିଙ୍କୁ ମଧ୍ୟ ଜିଲ୍ଲାପାଳ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଆଜିର ଏହି ଗସ୍ତରେ ପତ୍ନତତ୍ବବିଦ ସାଲେଗ୍ରାମ ହୋତା, ସୁରେନ୍ଦ୍ର ସାହୁ, ଦେଓଗାଁ ବ୍ଲକର ପୂର୍ବ ଅଧକ୍ଷ ଲକ୍ଷ୍ମଣ ମେହେର, ବିଜେଡି ବ୍ଲକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ଭୀମ ପାହାଡ଼ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ଗୋବର୍ଦ୍ଧନ ସାହୁ, ସୁନୀଲ ମେହେରଙ୍କ ସହ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.