ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦିବା ୧୦.୩୦ ରେ ସ୍ଥାନୀୟ କସ୍ତୁରୀ ହୋଟେଲ ସଭା ଗୃହ ଠାରେ ମନମୋହନ ସିଂଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ସ୍ୱର୍ଗତ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅମର ଆତ୍ମାର ସଦଗତି କାମନା ସହ ନୀରବ ପ୍ରାର୍ଥନା କରାଯାଇଥିଲା। ସୁଧିର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକସଭାରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଗୌରୀଶ୍ୟାମ ପଣ୍ଡା, ମାଧବ କୁମ୍ଭାର, ଜିତେନ୍ଦ୍ର ପଟ୍ଟନାୟକ, ସ୍ଵପ୍ନେଶ୍ୱର୍ ପୃଷ୍ଟି, ପ୍ରିୟବ୍ରତ ସାହୁ, ରଞ୍ଜିତ ରାଏ, ଶେଷଦେବ ମେହେର, ମହମ୍ମଦ ଇମ୍ରାନ, କୃଷ୍ଣ ବାଘ, ନିମାଇଁ ପାଣିଗ୍ରାହୀ, ରାଜେଶ ମିଶ୍ର, ଭରତ ସାହୁ, ଶିଶିର ମେହେର, ଶତ୍ରୁଘ୍ନ ଅମାତ, ଲବ ସାହୁ ପ୍ରମୁଖ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।