ଡ଼ଙ୍ଗରୀଗୁଡା-କାଶୀବାହାଲ ରାସ୍ତା ସାରା ଖାଳ: ଯାତ୍ରୀଙ୍କୁ କଳବଳ କରୁଛି ଗର୍ତ୍ତ ଓ କାଦୁଅ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡ଼ଙ୍ଗରୀଗୁଡା ଛକଠାରୁ କାଶିବାହାଲକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର କାର୍ଯ୍ୟ ଯୋଗୁଁ ଶୋଚନୀୟ ହୋଇପଡିଛି। ନିର୍ମାଣର ରକ୍ଷଣା ବେକ୍ଷଣ ଅବଧି ପୂରିବାକୁ ବସିଲାଣି ହେଲେ ବିଭାଗ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହାର ମରାମତି ହେଉନି। ରାସ୍ତା ସାରା ବଡ଼ବଡ଼ ଖାଲ ସୃଷ୍ଟି ହୋଇ କାଦୁଅ ଲଚପଚ ହେଉଛି। ତେଣୁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବାସହ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗତ ୨୦୧୯ ମସିହାରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟର ଟେଣ୍ଡର ସମୃଦ୍ଧି କନଷ୍ଟ୍ରସନ୍, ସ୍ବତନ୍ତ୍ର ଶ୍ରେଣୀର ଠିକାଦାର ପାଇଥିଲା। ଏହାର ଅଟକଳ ମୁଲ୍ୟ ୩୭.୦୦୩ ଲକ୍ଷ ରହିଥିଲା ଓ ୨୦/୩/୨୦୨୦ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ହେଲେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତା ସାରା ଖାଳଖମାରେ ଭର୍ତ୍ତି ହୋଇଥିବା ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ନେଉନି କି ମରାମତି ପାଇଁ ଠିକା ସଂସ୍ଥାକୁ ତାଗିଦ କରୁନି। ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ ହେଉଥିବା କୋକସରା ବ୍ଲକର ଏକାଧିକ କାମ ନିମ୍ନମାନର ବୋଲି ଲୋକେ ବିଭିନ୍ନ ସମୟରେ ଅଭିଯୋଗ ଆଣୁଛନ୍ତି। ଏଣେ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମରାମତି ପାଣ୍ଠି ଭରସା ସାଜିଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଠିକାଦାର ଓ ଯନ୍ତ୍ରୀ ମାନଙ୍କ ମିଲିଭଗତରେ ଏଭଲି କାର୍ଯ୍ୟ ହେଉଥିବା ଜନ ସାଧାରଣରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି। ଏଣୁ ବିଭାଗୀୟ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ସହିତ ଉକ୍ତ ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ବିଷୟରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କ ମତାମତ ନେବାରୁ କ୍ରସରର ଭାରୀଯାନ ଚଳାଚଳ ଯୋଗୁଁ କ୍ଷମତା ବାହାରେ ରାସ୍ତା ଓ ନୂତନ ରାସ୍ତା ପାଇଁ ପ୍ରକଳ୍ପ ସ୍ଥିର ହୋଇଛି ଅନୁଦାନ ଆସିଲେ ଶୀଘ୍ର କାମ ଆରମ୍ଭ ହୋଇଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.