କଳାହାଣ୍ଡି ଲେଖିକା ସଂଘର ୨୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଲେଖିକା ସଂଘର ୨୪ତମ ବାର୍ଷିକ ଉତ୍ସବ ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ବ୍ରଜବିହାର ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସୁଦେଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ସାରଳା ପୁରସ୍କାରପ୍ରାପ୍ତ ତଥା ସଂସ୍କୃତିବିତ୍ ଜୟନ୍ତ କୁମାର ବେହେରା, ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରାଶାସନିକ ସେବା ଶୁଭସ୍ମିତା ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକନନ୍ଦ ମହାନନ୍ଦ, ସମ୍ପାଦକ ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦ ବିରଞ୍ଚି ନାରାୟଣ ମୁଣ୍ଡ ଏବଂ ମୁଖ୍ୟବକ୍ତା ଭାବେ ଚକ୍ଷୁ ବିଶେଷଜ୍ଞ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡା. ନିବେଦିତା ସାହୁ, ପ୍ରଧାନ ଶିକ୍ଷକ ମନୋଜ କୁମାର ମୁଣ୍ଡ ପ୍ରମୁଖ ମଞ୍ଚାସୀନ ଥିଲେ।

ଅନୁଷ୍ଠାନର ସ୍ନେହଲତା ଷଡଙ୍ଗୀ ଦ୍ଵୀପ ପ୍ରଜ୍ବଳନ ମନ୍ତ୍ରପାଠ କରିଥିବାବେଳେ ସସ୍ମିତା ରଥ ଓ କାଜଲ ମହାରଣା ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ସବିତା ଶତପଥୀ। ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ସଂଘର ମୁଖପତ୍ର ‘କଳ୍ପିତା’ ଉନ୍ମୋଚିତ ହୋଇଥିଲା। ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦିକା କଳ୍ପନା ରଥ।

ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ସଂଘର ପୂର୍ବତନ ସଭାପତି ‘ଚାରୁଲତା ମହାନ୍ତି ପ୍ରଦତ୍ତ ସମ୍ମାନ’ ସଂଘମିତ୍ରା କାନୁନଗୋଙ୍କୁ, ସାହସିକତା କ୍ଷେତ୍ରରେ ‘ଗିରିଶ କୁମାର ପ୍ରଦତ୍ତ ପ୍ରତୀମା ସ୍ମୁତି ସମ୍ମାନ’ ଯମୁନା ପଣ୍ଡାଙ୍କୁ ଏବଂ ଯୁବକବି କ୍ଷେତ୍ରରେ ‘ସ୍ନେହଲତା ବେହେରା ପ୍ରଦତ୍ତ ସମ୍ମାନ’ ଐଶ୍ଚର୍ଯ୍ୟା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ପ୍ରଚ୍ଛଦପଟ ଶିଳ୍ପୀ ଭାବେ ଗାୟତ୍ରୀ ନିଆଲଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ସମସ୍ତଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ସ୍ବର୍ଣ୍ଣକାନ୍ତି ବୈକାର, ନିବେଦିତା ମହାନ୍ତି ଏବଂ ସ୍ନେହଲତା ଷଡଙ୍ଗୀ।

ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବନଶ୍ରୀ ଦାସ ପରିଚାଳନା କରିଥିବାବେଳେ ସହ ସମ୍ପାଦିକା ସୁମତି ମୁଣ୍ଡ ଧନ୍ଯବାଦ ଅର୍ପଣ କରିଥିଲେ। ବନ୍ଦେମାତରଂ ଗାନ କରିଥିଲେ ପ୍ରତାପ ପଣ୍ଡା। କାର୍ଯ୍ୟକ୍ରମରେ ଆନନ୍ଦିନୀ ପାତ୍ର, କାଜଲ ମହାରଣା, ରଚିତ ମେହେର୍, ପ୍ରାଞ୍ଜଳ ଠାକୁର, ପ୍ରତାପ ପଣ୍ଡା ପ୍ରମୁଖ ସହାୟତା କରିଥିଲେ। ଏହି ଅବସରରେ ସଂଘର ସମସ୍ତ ସଦସ୍ୟା ଏବଂ ବହୁ ମାନ୍ଯଗଣ୍ଯ ବ୍ୟକ୍ତି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.