ପିତା ମାତାଙ୍କ ଦେହାନ୍ତ ପରେ ଦୁଇ ଝିଅ ଅନାଥ: ଖୋଜୁଛନ୍ତି ସାହାରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ କରାଟିକିଲି ଗାଁ ରେ ରହୁଛନ୍ତି ଦୁଇ ଅନାଥ ଝିଅ ପାୟଲ ମାଝୀ (୧୧) ଓ ବନିତା ମାଝୀ (୯ )। ପାୟଲ ବାଦିଲୀ କୀଟ ସ୍କୁଲ ରେ ଚତୁର୍ଥ ଶ୍ରେଣୀରେ ପଡୁଥିବା ବେଳେ ବନିତା କରାଟିକିଲି ପ୍ରାଇମେରୀ ସ୍କୁଲ ରେ ଚତୁର୍ଥ ପଡୁଛନ୍ତି। ଦୁହେଁ ଏବେ କୋଉଠି ରହିବେ କାହା ସହ ରହିବେ ତାହାକୁ ନେଇ ଧ୍ୱନ୍ଦ୍ୱରେ, କାରଣ ନିଜର ବୋଲି କେହି ନାହାନ୍ତି। ସେମାନଙ୍କ ଦେଖାଶୁଣା କିଏ କରିବ ସେ ନେଇ ସେମାନେ ଛିଞ୍ଚିତ ଅଛନ୍ତି। ସୂଚନା ଅନୁସାରେ କରାଟିକିଲି ଗାଁର ରଜ ମାଝୀ ଙ୍କ ୧୦ ବର୍ଷ ତଳେ ଦେହାନ୍ତ ହୋଇଥିବା ବେଳେ ଗୋମତୀ ମାଝୀ ଗତ ୨୫ ତାରିଖ ଦିନ ତାଙ୍କର ମଧ୍ୟ ଦେହାନ୍ତ ହୋଇଛି। ଦୁଇଜଣଙ୍କ ଦେହାନ୍ତ ପରେ ଶିଶୁ ମାନେ ଅସହାୟ ଅବସ୍ଥା ରେ ଥିବା ଜାଣିବାପରେ ସ୍ବେଛାସେବୀ ଶ୍ରୀ ଯଶୋବନ୍ତ ରଣା, କରାଟିକିଲି ସ୍କୁଲର ଶିକ୍ଷକ ଶ୍ରୀ ଗୋବର୍ଦ୍ଧନ ମାଝୀ, ସି.ଆର.ପି ଶ୍ରୀମତୀ ଦେବକୀ ଗଉତ ଶିଶୁ ମାନଙ୍କ ପାଖକୁ ପହଂଚି ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶିଶୁ ମନେ ପାଠ ପ୍ରତି ରୁଚି ରଖିଥିବାରୁ ସରକାରି ସହଯୋଗ ମିଳିଲେ ଆହୁରି ଆଗକୁ ପଢିବେ ବୋଲି ମତାମତ ରଖିଥିଲେ। ସେହିପରି ସେହି ଗାଁରେ ଯୋଶୀତା ମାଝୀ (୧୫) ମଧ୍ୟ ପିତା ମାତାଙ୍କ ଦେହାନ୍ତ ପରେ ଘରେ ଆର୍ଥିକ ଅସୁବିଧା ହେତୁ ମାଟ୍ରିକରୁ ପଢା ଛାଡିଛନ୍ତି। ତାଙ୍କୁ ମଧ୍ୟ ସରକାରୀ ସହାୟତା ମିଳିଲେ ସେ ମଧ୍ୟ ଆସନ୍ତ ବର୍ଷରୁ କଲେଜରେ ଆଡ଼ମିସନ କରିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦୁଇ ପରିବାରର ଅନାଥ ଶିଶୁ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ବେଛାସେବୀ ଶ୍ରୀ ଯଶୋବନ୍ତ ରଣା ଓ ଗ୍ରାମବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.