ବାନେର ନିକଟରେ ଅଜଣା ଗାଡି ଧକ୍କାରେ ଜଣକର ମୃତ୍ୟୁ:  କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ।

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ନିକଟରେ ଗତ ୨୯ ତାରିଖ ରବିବାର ଦିନ ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣା ହୋଇଥିବା ବେଳେ ବାନେର ଗ୍ରାମର ଉତ୍ସବ ବାଗ ନାମକ ଜୈନିକ ବ୍ୟକ୍ତି ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରବର୍ତ୍ତୀ ସମୟରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେପରେ ମୁଖ୍ୟ ଚିକିତ୍ସାଳୟରେ ଗୁରୁତ୍ବର ହେବାରୁ ତାଙ୍କୁ ରାୟପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରାୟପୁର ଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବାନେର ଗ୍ରାମକୁ ମୃତଦେହ ପହଞ୍ଚାଇବା ପରେ ଲୋକଙ୍କ ସମେତ ସମ୍ପର୍କୀୟ ମାନେ ଆଜି ଗୁରୁବାର ସକାଳେ ବାନେର ଚାରିଛକ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଯାହାରି ଫଳରେ ଜୟପାଟଣାରୁ ମୋଟେର, ମୁଖ୍ୟ ରାସ୍ତା ବନ୍ଦ ରହିଥିବା ବେଳେ ବାନେର ଲଡ଼ୁ ଗାଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.