ଭିଜିଲାନ୍ସ ପଞ୍ଝାରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରଭାଇଜର

ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୪ ହଜାର ଟଙ୍କା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ତଲଝାପି ପଞ୍ଚାୟତର ନିକେସଜୋର ଗ୍ରାମର ଅର୍ଜୁନ ନାଏକ, ବବଲୁ ନାଏକ ଓ ଘସିରାମ ନାଏକଙ୍କ ଠାରୁ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କରିଦେବା ପାଇଁ ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର ମହାରଣା ଲାଞ୍ଚ ମାଗିଥିଲେ। ଏନେଇ ସମସ୍ତେ କଳାହାଣ୍ଡି ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ। ଆଜି ସନ୍ଧ୍ୟାରେ ୩ଜଣ ୪ ହଜାର ରଙ୍ଗବୋଳା ଟଙ୍କା ଲକ୍ଷ୍ମୀ ମହାରଣାଙ୍କୁ ଦେବା ପରେ ଆଗରୁ ଛପି ରହିଥିବା ଭିଜିଲାନ୍ସ ଲକ୍ଷ୍ମୀ ମହାରଣାଙ୍କୁ ରଙ୍ଗବୋଳା ଟଙ୍କା ସହ କାବୁ କରିଥିଲେ। ପୂର୍ବରୁ ପ୍ରତ୍ୟେକ ଆବେଦନକାରୀଙ୍କ ଠାରୁ ୨ହଜାର ଲେଖାଏ ଆଦାୟ କରି ପ୍ରମାଣପତ୍ର ଦେଉଥିଲେ, ଯିଏ ଲାଞ୍ଚ ନ ଦେଲା ତାଙ୍କୁ ଲାଞ୍ଚୁଆ ସୁପର ଭାଇଜର ଲକ୍ଷ୍ମୀ ମହାରଣା ମାସ ମାସ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା। ଆଜିର ଚଢ଼ାଉରେ ଭିଜିଲାନ୍ସ ବିଭାଗ ପକ୍ଷରୁ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇଣ୍ଡ, ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସଆଇ ସଞ୍ଜୟ କୁମାର ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.