କଂସ ଦରବାର ପାଇଁ ଘଞ୍ଚ ଜଙ୍ଗଲରେ ଜମୁଛି ଭିଡ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଚାନ୍ଦଳୀ ପାହାଡ଼ରେ ଗତ ବୁଧବାରରୁ ଷୋହଲ ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ମଙ୍ଗଳବାର ଦିନ ବ୍ରହ୍ମଯଜ୍ଞ ଆରମ୍ଭ ହୋଇଛି। ସେହିପରି ଅଷ୍ଟମ ଚାନ୍ଦଳୀ ପାହାଡ଼ ମହୋତ୍ସବ ଗୁରୁବାର ଉଦଘାଟିତ ହୋଇଯାଇଛି।

 

ମଞ୍ଚକୁ ମହୋତ୍ସବ କମିଟିର ସଭାପତି ଲକ୍ଷ୍ମଣ ମେହେର ପରିଚାଳନା କରିଥିବା ବେଳେ ଅଷ୍ଟମ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଉଦଘାଟନ କରିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଜିଳ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, କୌଶଲି ନେତା ପ୍ରମୋଦ ମିଶ୍ର, ବିଜେଡ଼ି ବ୍ଲକ ସଭାପତି ସୁଶୀଲ ଚାନ୍ଦ ଯୋଗ ଦେଇଥିଲେ।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଏହାସହ ବନ୍ଧପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର, ଛାତ୍ରୀମାନେ ସମ୍ବଳପୁରୀ ନାଚ, ଗୀତ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ କଂସ ଦରବାର ଅନୁଷ୍ଠିତ ହୋଇଥିଲା।  ନାରଦଙ୍କ ପରାମର୍ଶରେ ଅଷ୍ଟମଳ୍ଲ ପ୍ରେରଣ ଓ କାଳିଆ ନାଗ ଦଳନ ଅଭିନିତ ହୋଇଥିଲା। ସେହିପରି ମହୋତ୍ସବ କମିଟିର ସଭାପତି ଭାବେ ରାଧେଶ୍ୟାମ ମେହେର, ସଂପାଦକ ସ୍ବୟଂମ୍ବର ମେହେର ସହ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.